Latest Odisha News

BREAKING NEWS

ଏମି ଜ୍ୟାକସନ ଷ୍ଟାଇଲର ପୋଷାକ ପିନ୍ଧି ମନ ଜିଣିଲେ କ୍ୟାଟ୍ରିନା

ମୁମ୍ବାଇ: ମଧ୍ୟପ୍ରଦେଶରେ ଆଇଆଇଏଫ ପୁରସ୍କାର-୨୦୨୦ ବିତରଣ ଉତ୍ସବ ମାର୍ଚ୍ଚ ୨୭ ଓ ୨୯ରେ ଆୟୋଜିତ ହେବ । ଏଥିପାଇଁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ବଲିଉଡର ଗ୍ଲାମର ଡଲ କ୍ୟାଟ୍ରିନା କୈଫ ଏଥିରେ ଯୋଗ ଦେଇଥିଲେ । ସେ ହଲିଉଡ ଅଭିନେତ୍ରୀଙ୍କ ଏମି ଜ୍ୟାକସନଙ୍କ ଷ୍ଟାଇଲର ଏକ ପୋଷାକ ପିନ୍ଧି ଆସିଥିଲେ । ଯାହା କି ସେଠାରେ ଉପସ୍ଥିତ ପ୍ରଶଂସକଙ୍କ ମନ ଜିଣିଥିଲା ।

ଅଇଫା ଆୱାର୍ଡରେ ସଲମାନ ଖାଁ, ରିତେଶ ଦେଶମୁଖ, ମନୀଷ ପାଲ ଓ ସୁନୀଲ ଗ୍ରୋଭର କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ, କାର୍ତିକ ଆର୍ଯ୍ୟନ, ହ୍ରିତିକ ରୋଶନ, କରୀନା କାପୁର, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ପର୍ଫରମାନ୍ସ କରିବେ । ୬ ମାର୍ଚ୍ଚରୁ ଏଥିପାଇଁ ଅନଲାଇନରେ ଟିକେଟ ମିଳିବ ।

Comments are closed.