ସିଡନୀ:ବିଶ୍ୱକପ କ୍ରିକେଟରେ ପୁନର୍ବାର ବର୍ଷା ଦକ୍ଷିଣ ଆଫ୍ରିକା ପାଇଁ ବିପଦ ସୃଷ୍ଟି କରିଛି । ଆଇସିସି ଟି୨୦ ମହିଳା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଡକ୍ୱୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକାକୁ ୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମୁକାବିଲା ମେଲବୋର୍ଣ୍ଣରେ ୮ରେ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୫ ଉଇକେଟ ବିନିମୟରେ ୧୩୪ ରନ କରିଥିଲା । ମେଗ୍ ଲ୍ୟାନିଂ ୪୯ଞ୍ଚ ଓ ବେନ୍ ମୁନୀ ୨୮ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ନାଦିନ ଡେ କ୍ଲାର୍କ ୩ଟି ଉଇକେଟ ଅକ୍ତିଆର କରିଥିଲେ ।ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭରୁ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରିଭାଇଜଡ ଟାର୍ଗେଟ ୧୩ ଓଭରରେ ୯୮ରଖା ଯାଇଥିଲା । ଦଳ ୫ ଉଇକେଟ ବିନିମୟରେ ୯୨ ରନ କରିବାକୁ ସକ୍ଷମ ହୋଇଥିଲା । ଲୌରା ୱଲଭାର୍ଡାଟ ୪୧ଞ୍ଚ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ ସ୍କଟ ୨ଟି ଉଇକେଟ ହାସଲ କରିଥିଲେ ।
BREAKING NEWS
- ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ
- ଡିଜିପି ସମ୍ମିଳନୀ: ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି
- ମେଡିକାଲରୁ ଡିସଚାର୍ଜ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
- ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ
- ଜାନୁଆରୀ ୫ରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ଓଡ଼ିଶା ସଂସ୍କୃତିର ଝଲକ ଦେଖିବେ ପ୍ରବାସୀ ଭାରତୀୟ
- ନାଗା ଓ ଶୋଭିତାଙ୍କ ୱେଡିଂ ରାଇଟ୍ସ ୫୦ କୋଟିରେ ବିକ୍ରୀ
- ୨୯ରେ ଭୁବନେଶ୍ଵରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଘଟଣା: ସୁସ୍ଥ ହେଇ ଘରକୁ ଫେରିଲେ ଟୁନି ମାଝୀ
- ଖୁବଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ
- ଶିଶୁ ଯତ୍ନ ଅନୁଷ୍ଠାନରେ ପୃଷ୍ଠପୋଷକ ହେବେ ବିଧାୟକ ଏବଂ ମନ୍ତ୍ରୀ!
Comments are closed.