Latest Odisha News

BREAKING NEWS

ଓଡିଶାରେ କରୋନା ଭୟ: ସଂକ୍ରମଣରୁ ରକ୍ଷା ପାଇଁ ସ୍କୁଲ ପିଲାଙ୍କୁ ସତର୍କ ସୂଚନା

ଭୁବନେଶ୍ୱର: ସାରା ଦେଶରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଓଡିଶା ସରକାର ମଧ୍ୟ ଏନେଇ ତତ୍ପରତା ପ୍ରକାଶ କରିଛନ୍ତି । କରୋନା ଆତଙ୍କକୁ ନେଇ ସ୍କୁଲ ପିଲାଙ୍କ ମଧ୍ୟରେ ସଚେତନତା ସୃ୍‌ଷ୍ଟି କରିଛନ୍ତି । ଏନେଇ ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି ଓଏସଇପିଏ । ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱଚ୍ଛତାକୁ ଗୁୁରୁତ୍ୱ ଦେଇ ହ୍ୟାଣ୍ଡ ୱାସରେ ହାତ ସଫା କରିବାକୁ ପିଲାଙ୍କୁ ପରାମର୍ଶ ଦିଆଯାଇଛି । ଛିଙ୍କିଲେ କିମ୍ବା କାଶିଲେ ମୁହଁରେ ରୁମାଲ ଦେବାକୁ, ଆବଶ୍ରକସ୍ଥଳେ ଟିସୁ ପେପର ବ୍ୟବହାର କରିବାକୁ ଗୁରୁତ୍ୱ ଦିଆଯାଇଛି । ସାଧାରଣ ଲୋକଙ୍କ ଗହଳି ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯିବା ସହିତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.