ସିମଲା/ଭୁବନେଶ୍ୱର: ସୋସିଆଲ୍ ମିଡ଼ିଆ ଇନଷ୍ଟାଗ୍ରାମରେ କିଛିଦିନ ପୂର୍ବରୁ ଆକ୍ଟ୍ରେସ୍ ପ୍ରକୃତି ମିଶ୍ରଙ୍କ ଅପକମିଂ ଓଡ଼ିଆ ଫିଲ୍ମ ‘ପଗଲୁ’ ନେଇ ତାଙ୍କର ଏକ ପୋଷ୍ଟ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ପୋଷ୍ଟିଂରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ ପ୍ରକୃତି ତାଙ୍କର ଫ୍ୟାନଙ୍କୁ ଲେଖିଥିଲେ ଯେ, “ଖୁବଶିଘ୍ର ମୋ ଅଭିନୀତ ଫିଲ୍ମ ‘ପଗଲୁ’ ଆପଣଙ୍କ ପାଖ ଥିଏଟରରେ ରିଲିଜ୍ ହେବାକୁ ଯାଉଛି” ।
ଏହି ଫିଲ୍ମଟି ଗତ ତିନିବର୍ଷ ପୂର୍ବରୁ ସୁଟିଂ ହୋଇଥିଲା ବୋଲି ସେ ଏହି ପୋଷ୍ଟିଂରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
ଏହି ରୋମାଣ୍ଟିକ୍ ଫିଲ୍ମ ‘ପଗଲୁ’ର ରିଲିଜ୍ ସମ୍ପର୍କରେ ଅଧିକ କିଛି ଖବର ଜାଣିବାକୁ ‘ଓଡ଼ିଶା ସମ୍ବାଦ’ ପକ୍ଷରୁ ତାଙ୍କୁ ଯୋଗାଯୋଗ କଲା ବେଳେ ସେ ସେ କିନ୍ତୁ ତାଙ୍କର ଅଗଣିତ ଫ୍ୟାନମାନଙ୍କ ଲାଗି ଏକ ସରପ୍ରାଇଜ୍ ନ୍ୟୁଜ୍ ରଖିଥିବାର ଆମେ ଜାଣିଲୁ । ସେ ଖୁବଶିଘ୍ର ଏକ ବଲିଉଡ଼ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି, ଯାହାକି ତାଙ୍କର ଡେବ୍ୟୁ ବଲିଉଡ଼ ଫିଲ୍ମ ହେବାକୁ ଯାଉଛି । ସେ ବର୍ତ୍ତମାନ ଓକେ ମୁଭିସ୍ ଏବଂ ପିଭିଆର୍ ପିକଚର୍ସର ମିଳିତ ପ୍ରଯୋଜନାରେ ନିର୍ମିତ ଅପକମିଂ ଫିଲ୍ମ ‘ଡିଫଲ୍ଟର୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟିର ସୁଟିଂ ଏବେ ସିମଲାରେ ଚାଲିଛି ବୋଲି ପ୍ରକୃତି ‘ଓଡ଼ିଶା ସମ୍ବାଦ’କୁ କହିଛନ୍ତି ।
“ଏହି ଫିଲ୍ମର ପ୍ରଥମ ଭାଗର ସୁଟିଂରେ ମୁଁ ବ୍ୟସ୍ତ ରହିଛି, ଏହି ଫିଲ୍ମଟି ରୋମାଣ୍ଟିକ୍ କମେଡ଼ିରେ ଭରପୁର । ନିଜ କଲେଜରୁ ବହିଷ୍କୃତ ହୋଇଥିବା ୫ଜଣ ସାଙ୍ଗଙ୍କୁ ନେଇ ଏହି ଫିଲ୍ମଟି ନିର୍ମିତ ହୋଇଛି,” ବୋଲି ପ୍ରକୃତି କହିଛନ୍ତି ।
ସବୁଠାରୁ ମଜାର କଥାହେଲା ସେ ଭୁବନେଶ୍ୱରସ୍ଥିତ କିଟ୍ ର ଛାତ୍ରୀ ଭାବେ ଏହି ଫିଲ୍ମରେ ପ୍ରେଜେଣ୍ଟ ହୋଇଛନ୍ତି ।
ଏହି ଫିଲ୍ମରେ ପ୍ରକୃତି ଅଭିନେତା ଭବେଶ କୁମାରଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଯିଏକି ମେ ୧ରେ ରିଲିଜ୍ ହେବାକୁ ଥିବା ‘ହାୱାଏଁ’ ଫିଲ୍ମରେ ଆକ୍ଟିଂ କରିଛନ୍ତି । ଛାତ୍ରମାନଙ୍କୁ ନେଇ ନିର୍ମିତ ହୋଇଥିବା ଏହି ଫିଲ୍ମରେ ପ୍ରକୃତି ଓ ଭବେଶଙ୍କ ବ୍ୟତୀତ ନବୀନ, ରାଜଦତ୍ତ, ଶୁଭଙ୍କର ଏବଂ ଆଶୁତୋଷ ଅଭିନୟ କରିଛନ୍ତି ।
ବଲିଉଡ଼ରେ ଏହା ତାଙ୍କର ଡେବ୍ୟୁ ଫିଲ୍ମ ହେଲେ ବି ଗୋଟିଏ ମୁଭିରେ ଅଟକି ନାହାନ୍ତି ଚୁଲବୁଲି ପ୍ରକୃତି, ସେ ଅନ୍ୟ ଏକ ଦ୍ୱିଭାଷୀ ମୁଭି ‘ସାଇନ୍ସ’ରେ ମଧ୍ୟ ଅଭିନୟ କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ରେ ତାଙ୍କ ଅଭିନୀତ ‘ହ୍ୟାଲୋ ଆରସି’୬୫ତମ ଜାତୀୟ ଫିଲ୍ମ ପୁରସ୍କାର ପାଇବାକୁ ସକ୍ଷମ ହୋଇଥିଲା । “ଏହି ଫିଲ୍ମ ହିଁ ମୋତେ ପରିଚୟ ଦେଇ ପାରିଥିଲା ଏବଂ ଏହାପରଠାରୁ ବଲିଉଡ଼ ପ୍ରଡ୍ୟୁସରମାନଙ୍କର ମୁଁ ଦୃଷ୍ଟି ଆକର୍ଷଣ କରିପାରିଛି,” ଏହା କହିଛନ୍ତି ପ୍ରକୃତି ।
Comments are closed.