ନୂଆଦିଲ୍ଲୀ: ଆଉ ମିଳିବନି ତ୍ରାହି । ସରିଛି ସମସ୍ତ ବିକଳ୍ପ । ନିର୍ଭୟାଙ୍କ ସଇତାନଙ୍କ ପାଇଁ ବନ୍ଦ ହେଲା ସବୁ ବାଟ । ଜାରି ହେଲା ନୂଆ ଡେଥ ୱାରେଂଟ । ମାର୍ଚ୍ଚ ୨୦ ସକାଳ ୫.୩୦ଟାରେ ଫାଶୀ ଖୁଂଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ । ଏନେଇ ଦିଲ୍ଳୀ ପଟିଆଲା ହାଉସ କୋର୍ଟ ନୂଆ ଡେଥ ୱାରେଂଟ ଜାରି କରିଛନ୍ତି । ତିହାର ଜେଲ୍ ପରିସରରେ ଏମାନଙ୍କୁ ଫାଶୀ ଦିଆଯିବ ।
ସେପଟେ ନିର୍ଭୟା ଅଭିଯୁକ୍ତଙ୍କ ଓକିଲ ଏପି ସିଂ ଏହି ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ ପକ୍ଷରୁ ତାଙ୍କୁ କୌଣସି ନୋଟିସ ଦିଆଯାଇନଥିବା ସେ କହିଛନ୍ତି । ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର କ୍ଷମା ଆବେଦନ ଖାରଜ ହେବା ପରେ ସେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତେ ବୋଲି କହିଛନ୍ତି ।
ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା । ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ପରେ ଫାଶୀ ହୋଇପାରିନଥିଲା ।
BREAKING NEWS
- Guangzhou-Delhi Flights: ମୋଦି-ଜିନପିଙ୍ଗଙ୍କ ବୈଠକ ପୂର୍ବରୁ ବଡ଼ ଘୋଷଣା, ୬ ବର୍ଷ ପରେ ପୁଣି ଉଡିବ ଗ୍ୱାଙ୍ଗଝୁ-ଦିଲ୍ଲୀ ସିଧା ବିମାନ!
- Modi-Pezeshkian Hand-In-Hand: ପେଜେଶ୍କିଆନଙ୍କ ହାତକୁ ଏମିତି ଜାବୁଡି ଧରିଲେ ମୋଦି, ଗୋଟିଏ ଫଟୋରେ ବଡ ବାର୍ତ୍ତା ଦେଲା ଭାରତ…ଟ୍ରମ୍ପଙ୍କୁ ଝଟକା!
- ଏସୀୟ କ୍ରୀଡ଼ା ପୂର୍ବରୁ ବଡ଼ ଖବର: ଦଳରୁ ବାଦ୍ ପଡ଼ିଲେ ଦିବ୍ୟାଂଶୀ ଚୌଧୁରୀ; ସୋସିଆଲ୍ ମିଡିଆରେ କାନ୍ଦି କାନ୍ଦି ଦେଲେ ଚାଞ୍ଚଲ୍ୟକର ବୟାନ
- ପ୍ରବଳ ବର୍ଷା ଆଶଙ୍କା; ମାଲକାନଗିରିରେ ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି ଛୁଟି
- ଲଗାଣ ବର୍ଷାରେ ବେହାଲ ମାଲକାନଗିରି; ଯୋଗାଯୋଗ ବିଛିନ୍ନ
- ରଥଯାତ୍ରା ୨୦୨୬: ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ପାଇଁ ଟିପିସିଓଡିଏଲକୁ ‘ରଥସେବା ସମ୍ମାନ’ ପ୍ରଦାନ
- ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୬.୨
- BRICS Summit 2026: ବ୍ରିକ୍ସ ସମ୍ମିଳନୀରେ ବିଶ୍ଵ ନେତା, କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା
- ମୁମ୍ବାଇ କ୍ରିକେଟ୍ ଆସୋସିଏସନର ବଡ଼ ନିଷ୍ପତ୍ତି: ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ
- ହିଣ୍ଡାଲ୍କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣି; ମିଳିଲା ପ୍ରବଳ ଜନ ସମର୍ଥନ

Comments are closed.