Latest Odisha News

BREAKING NEWS

କରୋନା ଭାଇରସ: ପାରାଦୀପ ବନ୍ଦରରୁ ଚିହ୍ନଟ ଦମ୍ପତିଙ୍କ ରିପୋର୍ଟ ନେଗେଟିଭ

କଟକ: ଦୁଇ ଦିନ ତଳେ ପାରାଦୀପ ବନ୍ଦରରୁ ଚିହ୍ନଟ ହୋଇଥିବା ଦମ୍ପତିଙ୍କ ରକ୍ତ ନମୂନା ନେଗେଟିଭ ରହିଥିବା ଜଣାପଡିଛି । ସିଙ୍ଗାପୁରର ଏକ ମାଲବାହୀ ଜାହାଜର ଭାରତୀୟ ଚାଳକ ଦଳ ସଦସ୍ୟ ଓ ତାଙ୍କ ପତ୍ନୀଙ୍କୁ ମାର୍ଚ୍ଚ ୨ ତାରିଖରେ କରୋନା ସନ୍ଦେହରେ ଏସସିବି ମେଡିକାଲର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା ।

ଉତ୍ତର ପ୍ରଦେଶ କାନପୁରର ଦମ୍ପତିଙ୍କ ରକ୍ତ ନମୂନା ନେଗେଟିଭ ଆସିଥିବା ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସ୍ପଷ୍ଟ କରିଛନ୍ତି । ଦମ୍ପତିଙ୍କ ରକ୍ତ ଓ ସ୍ୱାବ ନମୂନା ପୁଣେ ସ୍ଥିତ ଏନଆଇଭିକୁ ପଠାଯାଇଥିଲା । ଶରୀରରେ ତାପମାତ୍ରା ଓ ଗଳା ଖରାପ ଥିବାରୁ ତାଙ୍କ ଉପରେ କରୋନା ସଂକ୍ରମଣର ସନ୍ଦେହ ବଢ଼ିଥିଲା । ଏହାପରେ ପାରାଦୀପ ବନ୍ଦର ହସ୍ପିଟାଲର ମେଡିକାଲ ଟିମ୍ ଦ୍ୱାରା ଯାଂଚ କରାଯାଇ ସେମାନଙ୍କୁ ଏସସିବି ପଠାଯାଇଥିଲା । ତେବେ ଦମ୍ପତିଙ୍କ ସହ ଥିବା ଅନ୍ୟ ଦୁଇ ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ ଏନଆଇଭିରୁ ଆସିନଥିବା ଜଣାପଡିଛି ।

Comments are closed.