ଭୁବନେଶ୍ୱର: ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସମ୍ପତ୍ତି ତାଲିକାରେ ସୁଜିତ କୁମାର ସବୁଠୁ ଧନୀ ଥିବା ଜଣାପଡିଛି । ସେ ବିଜେଡିର କୋଟିପତି ରାଜ୍ୟସଭା ପ୍ରାର୍ଥୀ ଅଟନ୍ତି । ତାଙ୍କ ସମ୍ପତ୍ତି ଏକ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଛି । ସେହିପରି ତାଙ୍କ ସ୍ତ୍ରୀଙ୍କ ସମ୍ପତ୍ତି ୨୬ ଲକ୍ଷ ୬୯ ହଜାର ୧୮୦ ରହିଛି । ଭୁବନେଶ୍ୱର ଧଉଳି ନଗରରେ ତାଙ୍କର ଏକ ଜାଗା ରହିଛି । ସୁଜିତଙ୍କ ମୋଟ ସ୍ଥାବର ସମ୍ପତ୍ତି ମୂଲ୍ୟ ୭୮ ଲକ୍ଷ ୩୦ ହଜାର ଥିବାବେଳେ ସ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୭୪ ଲକ୍ଷ ୪୬ ହଜାର ରହିଛି । ସୁଜିତ ୭୪ ଲକ୍ଷ ୯୪ ହଜାର ୩୮୨ ଟଙ୍କାର ଋଣ କରିଛନ୍ତି । ଏଥିସହ ସେ ୭ଟି କମ୍ପାନୀରେ ୫୧ ଲକ୍ଷ ୫୩ ହଜାର ଟଙ୍କା ଇନ୍ଭେଷ୍ଟ କରିଛନ୍ତି ।
ଦ୍ୱିତୀୟ ସ୍ଥାନରେ ଅଛନ୍ତି ମୁନ୍ନା ଖାଁ । ତାଙ୍କର ମୋଟ ସମ୍ପତ୍ତି ୩୨ ଲକ୍ଷ ୯୫ ହଜାର ଟଙ୍କାରୁ ଅଧିକ ରହିଛି । ଡାକ ଘରେ ୨ ଲକ୍ଷ ୩୬ ହଜାର ୮୬୬ ଟଙ୍କା ଜମା ଅଛି । ସେ ୧୪ ଲକ୍ଷର ଲୋନ୍ କରିଛନ୍ତି । ୨୨ ଲକ୍ଷ ୫୦ ହଜାର ଏଲ୍ଆଇସି କରିଛନ୍ତି । ୨୪ ଲକ୍ଷର ସ୍ୱାସ୍ଥ୍ୟ ବୀମା ରହିଛି । ତାଙ୍କର ଗୋଟିଏ ହୋଣ୍ଡା ସିଟି ଗାଡି ଅଛି । ଆନ୍ଧ୍ର ବିଶ୍ୱବିଦ୍ୟାଳୟରେ ସେ ୧୯୮୩ରେ ମାଟ୍ରିକ ପାସ୍ କରିଛନ୍ତି ।
ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ସୁବାସ ସିଂ । ତାଙ୍କର ୨୩ ଲକ୍ଷ ୩୭ ହଜାର ଟଙ୍କାରୁ ଅଧିକ ସମ୍ପତ୍ତି ରହିଛି । ତାଙ୍କର ୭ ଲକ୍ଷ ୨୫ ହଜାର ଟଙ୍କାର ଘର ରହିଛି । ଏଥିସହ ସୁବାସଙ୍କ ନାଁରେ ୧୧ଟି ଅପରାଧିକ ମାମଲା ଅଛି । ରାଜନୀତି ବିଜ୍ଞାନରୁ ସେ ଏମ୍ଏ ପାସ୍ କରିଛନ୍ତି । ୧୯୮୬ରେ ସେ ଓକିଲାତି ପାସ୍ କରିଛନ୍ତି ।
ଚତୁର୍ଥ ସ୍ଥାନରେ ଅଛନ୍ତି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ମମତା ମହନ୍ତ । ତାଙ୍କର ମୋଟ ସମ୍ପତ୍ତି ୨୫ ଲକ୍ଷରୁ ଅଧିକ ରହିଛି । ନିଜର ୮ ଲକ୍ଷ ୨୨ ହଜାର ୭ଟଙ୍କାର ସମ୍ପତ୍ତି ରହିଥିବା ବେଳେ ତାଙ୍କ ସ୍ୱାମୀଙ୍କର ୧୬ ଲକ୍ଷ ୮୧ ହଜାର ୯୩୭ ଟଙ୍କାର ସମ୍ପତ୍ତି ରହିଛି । ତାଙ୍କର ୨୯ ଲକ୍ଷ ୪୫ ହଜାର ୮୪୦ ଟଙ୍କାର ଜମି ରହିଛି ।
BREAKING NEWS
- ୧୪ ଅଗଷ୍ଟରୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ବେଶ ଦର୍ଶନ କାର୍ଯ୍ୟକ୍ରମ ;ଦୃଷ୍ଟିବାଧିତ ପିଲାଙ୍କ ଭଜନ ସମାରୋହ
- ଝାଡ଼ଖଣ୍ଡ ବିଧାନସଭା ନିକଟରେ ଆନ୍ଦୋଳନରତ ଛାତ୍ରଙ୍କୁ ପାଣିମାଡ଼
- ରାଜ୍ୟରେ ମହଜୁଦ ଅଛି ୨ ଲକ୍ଷ ୩୭ ହଜାର ଟନ୍ ସାର, କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ
- ଲଞ୍ଚ ହେଲା ‘ଇମାଜିନ୍ ଇମେଜ୍ ୨.୦’ଟୁଲ୍;ତୁରନ୍ତ ଇମେଜ ହେବ ପ୍ରସ୍ତୁତ
- ଏଣିକି ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ
- ଜନଶୁଣାଣିରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ, ବିଷ ପିଇବା ପୂର୍ବରୁ କାବୁ କଲା ପୋଲିସ
- ସମ୍ପତ୍ତି ପାଇଁ ମା’କୁ ମୃତ ଘୋଷଣା; ୨ ପୁଅ ଗିରଫ
- ମଣିଷରୁ କୁକୁର ହେବା ପାଇଁ ଅଢେଇ କୋଟି ଖର୍ଚ୍ଚ!
- ରାଉରକେଲା ରେଲୱେ ଷ୍ଟେସନରେ ଭାଙ୍ଗିଲା ନିର୍ମାଣାଧୀନ ସେଡ୍
- ଝାଡ଼ଖଣ୍ଡ ପେପର୍ ଲିକ୍ ମାମଲାରେ ED ର ଏଣ୍ଟ୍ରି, CIDର FIR ପରେ ତଦନ୍ତ ଆରମ୍ଭ

Comments are closed.