Latest Odisha News

ବେଙ୍ଗଲର କଡା ସଂଘର୍ଷ : ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋରଠାରୁ ୭୧ ରନ ପଛରେ

ରାଜକୋଟ:ଚଳିତ ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲ ୪ର୍ଥ ଦିବସରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି । ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋର ୪୨୫ ରନ ଜବାବରେ ଗୁରୁବାର ଷ୍ଟମ୍ପସ ଅପସାରଣ ବେଳକୁ ବେଙ୍ଗଲ ୬ ଉଇକେଟ ହରାଇ ୩୫୪ ରନ ସଂଗ୍ରହ କରି ନେଇଛି । ଦଳ ଏବେ ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋରଠାରୁ ୭୧ ରନ ପଛରେ ରହିଛି ।

ସୁଦୀପ ଚାଟାର୍ଜି (୮୧) ଓ ରିଦ୍ଧିମାନ ଶାହ(୬୪) ଅର୍ଦ୍ଧଶତକ ହାସଲ କରିଥିଲେ । ଅନୁସ୍ତୂପ ମଜମୁଦାର ୫୮ ଓ ଅର୍ଣ୍ଣବ ନନ୍ଦୀ ୨୮ ରନ କରି ଅପରାଜିତ ଅଛନ୍ତି । ସୌରାଷ୍ଟ୍ର ପକ୍ଷରୁ ଧମେନ୍ଦ୍ରଶି ଜାଡେଜା ଓ ପ୍ରେରକ ମଙ୍କଡ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଛନ୍ତି । ଶୁକ୍ରବାର ମ୍ୟାଚର ଅନ୍ତିମ ଦିବସ । ଏହାର ଫଳାଫଳ ବାହାରିବା ସମ୍ଭାବନା ନ ଥିବାରୁ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଦଳକୁ ବିଜୟୀ କରାଯିବ ।

Leave A Reply

Your email address will not be published.