ନୂଆଦିଲ୍ଲୀ: କରୋନାଭାଇରସ୍ (କୋଭିଡ଼-୧୯) ର ବଢୁଥିବା ଭୟାବହତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ସୋମବାର (ମାର୍ଚ୍ଚ ୧୬) ରୁ କୋର୍ଟର କାର୍ଯ୍ୟ କେବଳ ଜରୁରୀ ମାମଲାରେ ସୀମିତ ରହିବ।
ଓକିଲଙ୍କ ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ଯୁକ୍ତି ବା ମୌଖିକ ଦାଖଲ କିମ୍ବା କେବଳ ମକଦ୍ଦମାକାରୀଙ୍କ ସହ ସହଯୋଗ କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ କୋର୍ଟ କକ୍ଷରେ ଅନୁମତି ଦିଆଯିବ ବୋଲି ନୂତନ ଜାତୀୟ ଗଣମାଧ୍ୟମରର ରିପୋର୍ଟ ପ୍ରକାଶ ।
ଗୁରୁବାର ଦିନ ହୋଲି ବ୍ରେକ୍ ବୃଦ୍ଧି କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ନେବାକୁ ପ୍ରଧାନ ବିଚାରପତି ଏସ୍ ବବଡେଙ୍କ ବାସଭବନରେ ଏକ ବୈଠକ ଡକାଯାଇଥିଲା। ହୋଲି ପାଇଁ ଏକ ସପ୍ତାହ ବିରତି ପରେ ମାର୍ଚ୍ଚ ୧୬ ରେ ସର୍ବୋଚ୍ଚ ନ୍ୟାୟାଳୟ ଖୋଲିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
ଏହି ବୈଠକରେ ଜଷ୍ଟିସ ଅରୁଣ ମିଶ୍ର ଏବଂ ୟୁୟୁ ଲଲିତ, ଭାରତର ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ସୁପ୍ରିମକୋର୍ଟ ବାର ଆସୋସିଏସନର ପ୍ରତିନିଧୀ ତଥା ରେକର୍ଡ ଆସୋସିଏସନର ସୁପ୍ରିମକୋର୍ଟ ଆଡଭୋକେଟ ତଥା ୟୁନିଅନ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦେଇଥିଲେ।
Comments are closed.