Latest Odisha News

BREAKING NEWS

ରାଜ୍ୟ ସରକାର ଜାରି କଲେ ‘ଓଡ଼ିଶା କୋଭିଡ୍ ୧୯ ଅଧିନିୟମ – ୨୦୨୦’; ନିର୍ଦ୍ଦେଶ ନ’ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ !

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭୂତାଣୁ ନ ବ୍ୟାପିବା ଲାଗି ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି । ଭାରତର ବିଭିନ୍ନ ରାଜ୍ୟରେ କରୋନା – ୧୯ ନଭେଲ୍ କୋଭିଡ୍ ଭୂତାଣୁ ସଂକ୍ରମଣ ହେବାରେ ଲାଗିଛି । ଏହି ଭୂତାଣୁର ସଂକ୍ରମଣ ରାଜ୍ୟରେ କିପରି ରୋକାଯାଇପାରିବ ସେଥିଲାଗି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ ‘ଓଡ଼ିଶା କୋଭିଡ୍ ୧୯ ଅଧିନିୟମ – ୨୦୨୦’ ଜାରି ହୋଇଛି ।

BjdElectrycity

ବିଜ୍ଞପ୍ତି ମାଧ୍ୟମରେ ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ‘ଓଡ଼ିଶା କୋଭିଡ୍ ୧୯ ଅଧିନିୟମ – ୨୦୨୦’ ଅନୁଯାୟୀ କେତେକ ନିୟମକୁ ପାଳନ କରାଯିବାକୁ ନିର୍ଦ୍ଦେଶ ହୋଇଛି ।

  • ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କରୋନା ସଂଦିଗ୍ଧଙ୍କ ଲାଗି ସ୍କ୍ରିନିଂ ବ୍ୟବସ୍ଥା
  • ରାଜ୍ୟର କୌଣସି ଘରୋଇ ଡାକ୍ତରଖାନାରେ କୋଭିଡ୍ – ୧୯ ଭୂତାଣୁର ପରୀକ୍ଷା ହେବନାହିଁ
  • ଆଇଡ଼ିଏସପି ୟୁନିଟ ହିଁ କେବଳ ପରୀକ୍ଷଣ ଲାଗି ନମୂନା ପଠାଇବେ
  • କରୋନା ପ୍ରଭାବିତ ସ୍ଥ୍‌ାନକୁ ଯାଇଥିଲେ ଡାକ୍ତରଖାନାକୁ ଅବଗତ କରିବେ କର୍ମଚାରୀ
  • କରୋନା ଲାଗି ନିୟୋଜିତ ଅଧିକାରୀ ପ୍ରତିଷେଧକ ମୂଳକ ବ୍ୟବସ୍ଥା କରିବେ
  • କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ସ୍ଥାନରେ ସ୍ୱାସ୍ଥ୍ୟ ଅଧିକାରୀ କଟକଣା ଜାରି କରିପାରିବେ
  • ସଂକ୍ରମିତଙ୍କ ଉପରେ କଡ୍ଡା ନଜର ରଖିପାରିବେ ଅଧିକୃତ ସ୍ୱାସ୍ଥ୍ୟାଧିକାରୀ
  • ରୋଗୀମାନଙ୍କ ନାମ ସୋସିଆଲ ମିଡ଼ିଆରେ ବା ସାଧାରଣରେ ପ୍ରକାଶ କଲେ କଡ୍ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
Leave A Reply

Your email address will not be published.