ଭୁବନେଶ୍ୱର: ପୂର୍ବତଟ ରେଳପଥ କରୋନା ଭୂତାଣୁ (କୋଭିନ୍-୧୯) ସଂକ୍ରମଣକୁ ରୋକିବା ନିମନ୍ତେ ତାହାର ସମସ୍ତ କଳକବ୍ଜା ଓ ଶକ୍ତି ବିନିଯୋଗ କରି ବ୍ୟାପକ ବ୍ୟବସ୍ଥା କରିଛି । ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳବାଇ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ସାରା ରେଳପଥରେ ପର୍ଯ୍ୟାପ୍ତ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଭୂଷଣ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କାର୍ଯ୍ୟକାରିତାକୁ ନିୟମିତ ଭାବେ ଯାଞ୍ଚ କରିବା ସହ ଆବଶ୍ୟକୀୟ ବ୍ୟାପକ ପଦକ୍ଷେପ ଗ୍ରହଣ କରି ସଂକ୍ରମଣକୁ ରେଳ ପରିସରରେ ରୋକିବାକୁ ସମସ୍ତ ଉଦ୍ୟମ କରିବା । ଏହି ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ହେଲପ୍ଲାଇନ୍ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି । ଏଥି ସଂଗେ ସଂଗେ କର୍ମଚାରୀମାନଙ୍କୁ ସୂକ୍ଷ୍ମାନୁଭୂତି ସଂପନ୍ନ ଓ ଶିକ୍ଷିତ କରାଯାଉଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କ ସହ ସହଯୋଗିତା ଓ ସଂଯୋଗ ରଖାଯାଇଛି ।
- ରେଲୱେ ମେଡ଼ିକାଲ ଏବଂ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ କରୋନା ଭୂତାଣୁ (କୋଭିନ୍-୧୯) ସଂକ୍ରମଣକୁ ରୋକିବା ନିମନ୍ତେ ଏହାର ପ୍ରସ୍ତୁତିକୁ ସମୀକ୍ଷା କରିବା ସହିତ ଅଗ୍ରତା ଓ ନିର୍ଦ୍ଦେଶନା ବିଷୟରେ ଅବଗତି କରାଇବାକୁ ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି ।
- ନିୟନ୍ତ୍ରଣ କକ୍ଷ ଏବଂ ଟେଲିଫୋନ୍ ହେଲ୍ପଲାଇନ୍ ବୁଥ୍ ପୂର୍ବ ତଟ ରେଳପଥର ପରିସୀମା ଭିତରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଖୋଲା ଯାଇଛି ଏବଂ ଏହା ଉପରେ କର୍ମଚାରୀମାନଙ୍କୁ ସୂକ୍ଷ୍ମାନୁଭବୀ ଏବଂ ଶିକ୍ଷିତ କରାଯାଇଛି ।
- ରେଳ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଏହି ଆହ୍ୱାନକୁ ସମ୍ମୁଖୀନ ହେବାକୁ ସଂପୂର୍ଣ୍ଣଭାବେ ପ୍ରସ୍ତୁତ କରାଯାଇଛି ।
- ରେଳ ଷ୍ଟେସନ ଏବଂ ଟ୍ରେନ୍ ଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।
ପୂର୍ବତଟ ରେଳପଥ ପକ୍ଷରୁ ନିଆଯାଇଥିବା ପଦକ୍ଷେପ:
ଚା ବିଭିନ୍ନ ଟ୍ରେନ୍, ଷ୍ଟେସନ, ଷ୍ଟେସନ ପରିସର, ରେଳ କଲୋନୀ, କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଜନସାଧାରଣ ଓ ରେଳ ଯାତ୍ରୀମାନଙ୍କୁ ସଚେତନ ଓ ଶିକ୍ଷିତ କରିବା ନିମନ୍ତେ ସ୍ଥାନୀୟ ଭାଷାରେ ପୋଷ୍ଟର ଓ ବ୍ୟାନରମାନ ଲଗାଯାଇଛି ଏବଂ ପ୍ରଚାରପତ୍ରଗୁଡ଼ିକ ବଣ୍ଟା ଯାଉଛି । ସ୍ଥାନୀୟ ଭାଷାରେ ଅଡ଼ିଓ ଭିଜୁଆଲ୍ ମାଧ୍ୟମରେ ବିଭିନ୍ନ ରେଳ ଷ୍ଟେସନ୍ଗୁଡ଼ିକରେ ପ୍ରଚାର କରାଯାଉଛି ଏବଂ ଷ୍ଟେସନମାନଙ୍କରେ ଥିବା ପବ୍ଲିକ ଆଡ୍ରେସ୍ ପଦ୍ଧତିରେ ଏହି ଅଡ଼ିଓ ପ୍ରତିଷେଧକ ସଚେତନତା ବାର୍ତ୍ତା ଘୋଷଣା କରାଯାଉଛି ।
- ରେଲୱେ ହସ୍ପିଟାଲ୍ରେ ଯେଉଁ କର୍ମଚାରୀମାନଙ୍କୁ ଜ୍ୱର ହୋଇଛି, ସେମାନଙ୍କୁ ଅଲଗା କରାଯାଇଛି । ଜ୍ୱର କେଶ୍ ଗୁଡ଼ିକ ପାଇଁ ସ୍ୱତନ୍ତ୍ର କାଉଣ୍ଟର ବା ୱାର୍ଡ଼ ବ୍ୟବସ୍ଥା କରାଯାଉଛି । ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ମେଡ଼ିକାଲ କର୍ମଚାରୀମାନଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଛି ।
- ସନ୍ଦିଗ୍ଧ କରୋନା ଭୂତାଣୁ କେଶ୍ ନିମନ୍ତେ ଜ୍ୱର ସମ୍ବନ୍ଧୀୟ କେଶ୍ ଗୁଡ଼ିକୁ ଚିିକିତ୍ସା ନିମନ୍ତେ ରେଳବାଇ ହସ୍ପିଟାଲ୍ରେ ପୃଥକ୍ ବେଡ଼୍ ପ୍ରଦାନ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ସଂଗରୋଧ ନିମନ୍ତେ ରେଲୱେ ସ୍ୱତନ୍ତ୍ର ବେଡ଼୍ ଚିହ୍ନିତ କରିଛି ।
- ମେଡ଼ିକାଲ୍ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ଯେ, ସେମାନେ ଯେଉଁଠି/ଯେଉଁଠାରେ କରୋନା ଭାଇରସ୍ ରୋଗୀ ସନ୍ଦେହ କଲେ କି ନଜରରେ ଆସିଲେ ସଂଗେ ସଂଗେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇବେ ।
- ସମସ୍ତ ରେଲୱେ ମେଡିକାଲ୍ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ରାଜ୍ୟ କର୍ତ୍ତୃପକ୍ଷ ସହିତ ଯୋଗାଯୋଗରେ ରହି କରୋନା ଉପରେ ତଥ୍ୟ ନେବା ସହ ବିଭିନ୍ନ ନିର୍ଦ୍ଦେଶନାମା ସଂଗ୍ରହ କରି ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା କରିବେ ।
- ରେଲୱେ ପରିସରରେ ପୃଥକ୍/ସଂଗରୋଧ କେନ୍ଦ୍ର ବେଡ଼୍ଗୁଡ଼ିକ ପ୍ରଶାସନ ସହ ପରାମର୍ଶ କରି ବ୍ୟବହାର କରାଯାଇପାରିବ ।
- ରେଳ କର୍ମଚାରୀ ଓ ରେଳ ଉପଭୋକ୍ତାମାନଙ୍କୁ ସଚେତନ ଓ ଶିକ୍ଷିତ କରିବା ନିମନ୍ତେ ରେଲୱେ ସେଟେଲ୍ମେଣ୍ଟରେ ସ୍ୱାସ୍ଥ୍ୟ ଶିକ୍ଷା ଅଭିଯାନ ଆରମ୍ଭ ହୋଇଛି ।
- ପ୍ରତିଷେଧକ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ଯତ୍ନ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
- ସନ୍ଦିଗ୍ଧ କୋଭିନ୍-୧୧ କେଶ୍ଗୁଡ଼ିକୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ପୂର୍ବ ତଟ ରେଳପଥ କେନ୍ଦ୍ରିୟ ହସ୍ପିଟାଲ୍, ସମ୍ବଲପୁର, ବିଶାଖାପାଟଣା ଓ ଖୋର୍ଦ୍ଧାରୋଡ଼୍ ରେଳମଣ୍ଡଳରେ ମଣ୍ଡଳ ହସ୍ପିଟାଲ୍ ଗୁଡ଼ିକରେ ୧୦ଟି ବେଡ଼୍ ପୃଥକ୍ ଭାବେ ଔଷଧ ଓ ଜୀବନ ବଞ୍ଚେଇବା ଯନ୍ତ୍ରପାତି ସହ ବ୍ୟବସ୍ଥା କରାଯାଇଛି ।
Comments are closed.