ଭୋପାଲ: ଆସ୍ଥା ଭୋଟ କରିବା ନେଇ କମଲନାଥ ସରକାର ଉପରେ ପରୋକ୍ଷରେ ଚାପ ପକାଇଛି ବିଜେପି । ସୋମବାର ବିଧାନସଭାରେ ଆସ୍ଥା ଭୋଟ ଦେବା ଦରକାର ବୋଲି ମଧ୍ୟପ୍ରଦେଶ ବିଜେପିର ବିଧାୟକ ଦଳ ରାଜ୍ୟପାଳ ଲାଲଜି ଟଣ୍ଡୋନଙ୍କୁ ଭେଟି ଏହି ଦାବି କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଶିବରାଜ ସିଂହ ଚୌହ୍ୱାନଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ଶନିବାର ରାଜ୍ୟପାଳଙ୍କୁ ଭେଟିଛି। କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେବା ପରେ ୨୨ ବିଧାୟକ ଇସ୍ତଫା ଦେଇଛନ୍ତି।
ଏହାପରେ କମଲନାଥ ସରକାର ଅଡ଼ୁଆରେ ପଡ଼ିଛନ୍ତି । ତେବେ ବିଧାୟକଙ୍କ ଇସ୍ତଫା ଗ୍ରହଣ ହୋଇନାହିଁ। କମଲନାଥ ସରକାର ବିଧାୟକଙ୍କୁ ବୁଝାଇ ସୁଝାଇ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଚେଷ୍ଟା କରୁଥିବା ସୂଚନା ରହିଛି। କମଲନାଥ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ତାହେଲେ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ। ନିକଟରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ଇସ୍ତଫା ଦେଇଥିବା ବିଧାୟକଙ୍କୁ ବାଦ୍ ଦେଇ ସମସ୍ତ ବିଧାୟକ ଯୋଗ ଦେଇଥିଲେ ବୋଲି କଂଗ୍ରେସ କହିଥିଲା। ହେଲେ ବିଏସପି ଓ ଏସପିର ମୋଟ୍ ଦୁଇ ବିଧାୟକ ବୈଠକରେ ସାମିଲ୍ ହୋଇନଥିବା ଜଣାପଡ଼ିଥିଲା।
Comments are closed.