Latest Odisha News

BREAKING NEWS

ଜାପାନ ପ୍ରଧାନମନ୍ତ୍ରୀଙ୍କ ଦୃଢେ଼ାକ୍ତି ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ହେବ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ହେବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ। ଦୃଢତାର ସହିତ କହିଛନ୍ତି ।  ବର୍ତ୍ତମାନ ପରିସ୍ଥିତିରେ ଗେମ୍ସକୁ ଏକ ବର୍ଷ ପର୍ୟ୍ୟନ୍ତ ଘୁଞ୍ଚାଇ ଦେବା ଉଚିତ୍‌ ହେବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତାବ ଦେବାର ଦୁଇ ଦିନ ପରେ ଜାପାନ ପ୍ରଧାନମନ୍ତ୍ରୀ ଏକଥା ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସମେତ ସମ୍ପୃକ୍ତ ଅଫିସିଆଲମାନଙ୍କ ସହିତ ଆମେ ଯୋଗାଯୋଗରେ ରହିଛୁ। ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକ ଯୋଜନା ପ୍ରସ୍ତୁତ କରାଯାଇଛି। ଗେମ୍ସକୁ ସ୍ଥଗିତ ରଖିବା କିମ୍ବା ଲହାକୁ ବାତିଲ କରିବା କୌଣସି ଯୋଜନା ନାହିଁ ବୋଲି ଆବେ କହିଛନ୍ତି।

ଶୁକ୍ରବାର ଟେଲିଫୋନ୍‌ ଯୋଗେ ଟ୍ରମ୍ପଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଗେମ୍ସ ସ୍ଥଗିତ ରଖାଯିବା ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିଲା। ବରଂ ଅଲିମ୍ପିକ୍ସର ସଫଳ ଆୟୋଜନ ପାଇଁ ଜାପାନ ଓ ଆମେରିକା ମିଳିତ ଭାବେ କାର୍ୟ୍ୟ କରିବେ ବୋଲି ଦୁଇ ରାଷ୍ଟ୍ରମୁଖ୍ୟ ସହମତି ହୋଇଥିଲେ। ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରାଯିବା ସମ୍ପର୍କରେ ଜାପାନିଜ ପାର୍ଲାମେଣ୍ଟ ଶୁକ୍ରବାର ଆବେଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛି।

Leave A Reply

Your email address will not be published.