Latest Odisha News

BREAKING NEWS

ବାଲେଶ୍ୱରରେ ଯୁବକଙ୍କୁ ଛୁରାମାଡ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାଲୁ ବଜାର ଅଞ୍ଚଳରେ ଏକ ଶୋଭାଯାତ୍ରା ସମୟରେ ଜଣେ ଯୁବକଙ୍କୁ ଛୁରାମାଡ ଘଟଣା ନଜରକୁ ଆସିଛି ।

ସୂଚନା ଅନୁଯାୟୀ ଉକ୍ତ ଯୁବକଙ୍କ ନାମ ସେକ୍ ସରଫରାଜ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଥିସହିତ ତାଙ୍କ ଫୁସଫୁସରେ ଛୁରୀ ବାଜିଥିବା ନେଇ ଜଣା ପଡିବା ପରେ ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁବୁର୍ତ୍ତ ଛୁରାମାଡ କରାଯାଇଥିବା ନେଇ ଅନୁମାନ କରାଯାଉଛି ।

Leave A Reply

Your email address will not be published.