Latest Odisha News

BREAKING NEWS

ଏପ୍ରିଲ୍ ୨୦୨୩ ସୁଦ୍ଧା ନୂଆ ଏନସିଇଆରଟି ସିଲାବସ୍‌, ପାଠ୍ୟପୁସ୍ତକ ଉପଲବ୍ଧ ହେବ: ନିର୍ଦ୍ଦେଶକ ହୃଷିକେଶ ସେନାପତି

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ୨୦୨୩ ସୁଦ୍ଧା ନୂତନ ଜାତୀୟ ପାଠ୍ୟକ୍ରମ (ଏନସିଏଫ) ସମୂର୍ଣ୍ଣ କରିବା ନେଇ ଯୋଜନା  କରିବାକୁ ଚେଷ୍ଟା କରୁଥିବା ଜଣାପଡୁଛି ।

ଏନସିଇଆରଟିର ନିର୍ଦ୍ଦେଶକ ହୃଷିକେଶ ସେନାପତି ସୂଚନା ଦେଇ କହିଛନ୍ତି ଯେ, ସରକାର ଜାତୀୟ ଶିକ୍ଷା ନୀତି (ଏନଇପି) ଲାଗୁ କରିବା ପରେ ଏହି ଯୋଜନା କାର୍ଯ୍ୟକାରୀ ହେବ । “ଏହା ହିଁ ନୂତନ ସିଲାବସ୍ ଏବଂ ପାଠ୍ୟ ପୁସ୍ତକ ବିକାଶ ପାଇଁ ଗାଇଡ୍ ଲାଇନ ପ୍ରଦାନ କରିପାରିବ । ଆମେ ୨୦୨୩ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବୁ ।”

“ପାଠ୍ୟ ପୁସ୍ତକ ବ୍ୟତୀତ ଶ୍ରେଣୀରେ ଅନେକ ଗାଇଡ଼ବୁକ୍ସକୁ ଛାତ୍ରଛାତ୍ରୀମାନେ ବ୍ୟବହାର କରିଥାଆନ୍ତି । ପ୍ରକୃତରେ ଦେଖିବାକୁ ଗଲେ ଏକ ସୁସ୍ଥ ବାତାବରଣରେ ଶିକ୍ଷା ପଦ୍ଧତି ଏକ ସ୍ୱପ୍ନ ପାଲଟିଛି, ଶିକ୍ଷକମାନଙ୍କୁ ହିଁ ଅଧିକ ସଚେତନ ହେବାକୁ ପଡ଼ିବ,” ବୋଲି ଏନସିଇଆରଟି ନିର୍ଦ୍ଦେଶକ କହିଥିବା ନେଇ ଟାଇମ୍ସ ଅଫ ଇଣ୍ଡିଆରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

ଏସମ୍ପର୍କରେ ଶ୍ରୀ ସେନାପତି ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକବିଂଶ ଶତାବ୍ଦୀ ଉପଯୋଗୀ ଶିକ୍ଷା ସମ୍ପର୍କୀତ ଦକ୍ଷତା ବିକାଶ ହେବା ଜରୁରୀ । “ଏହାହିଁ ଉଭୟ ବୋର୍ଡ଼ ପରୀକ୍ଷା ତଥା ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ମାପକାଠି ସଦୃଶ ହୋଇପାରିବ ।” ଏହା ନିର୍ଦ୍ଦେଶକ ଶ୍ରୀ ସେନାପତି କହିଛନ୍ତି ।

Comments are closed.