ଭୁବନେଶ୍ୱର: କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ଗାଇଡଲାଇନ ଜାରି ହୋଇଛି । ତେବେ ସାମାଜିକ ଦୂରତା ଆଳରେ ଜିଲ୍ଲାରେ ୧୪୪ ଧାରା ଲାଗୁ କରିପାରିବେନି ଜିଲ୍ଲାପାଳ ଏବଂ ପୁଲିସ । ବରଂ ସୋସିଆଲ କ୍ୟାମେଂନ ଜରିଆରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି ।
ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ, ହାଟ ଓ ସୁପର ମାର୍କେଟ ବନ୍ଦ ହେବନି। କିନ୍ତୁ ଏକସଙ୍ଗେ ୨୦ରୁ ୩୦ ଲୋକ ଯେପରି ନରହିବେ ସେ ନେଇ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ସାମାଜିକ ଦୂରତ୍ୱ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ସରେ କୁହାଯାଇଛି । ଆହାର କେନ୍ଦ୍ର, ଓମଫେଡ ବୁଥ, କ୍ୟାଂଟିନରେ ହାତ ଧୋଇବା ବାଧ୍ୟ କରାଯାଇଛି ।
ସେହିପରି ବୟସ୍କ ଉପଭୋକ୍ତାଙ୍କ ଘରେ ପିଡିଏସ୍ ସାମଗ୍ରୀ ପହଂଚାଇ ଦିଆଯିବ । ବସ୍, ଟାକ୍ସି, ଅଟୋର ସିଟ୍ ଏବଂ ସାଇଡବାରକୁ ବାରମ୍ବାର ସଫାକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବସରେ ଯାତ୍ରୀଙ୍କ ମଧ୍ୟରେ ୧ ମିଟର ଦୂରତା ରଖିବାକୁ କୁହାଯାଇଛି । ବ୍ୟାଙ୍କ , ଏଟିଏମ ପୋଷ୍ଟ ଅଫିସରେ ସାନିଟାଇଜର ରହିବ । ଧାର୍ମିକ ସ୍ଥଳରେ ପରସ୍ପର ଭିତରେ ୧ ମିଟର ଦୂରତା ରଖିବେ ଶ୍ରଦ୍ଧାଳୁ । ଏତଦ୍ ବ୍ୟତୀତ ବିଭିନ୍ନ ସଂସ୍ଥାରେ କରୋନା ପ୍ରତିରୋଧ ନିୟମର କଡ଼ାକଡ଼ି ପାଳନକୁ ଗୁରୁତ୍ୱ ଦିଆଯାଇଛି।
BREAKING NEWS
- ଶୁଳ୍କ ଧମକ ମଧ୍ୟରେ ସାମ୍ନାକୁ ଆସିଲା ଟ୍ରମ୍ପଙ୍କ ବୟାନ; ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି, ଖୁବ୍ ଶୀଘ୍ର ଆମେ…
- T20 World Cup 2026: ଆମେ ସୁରକ୍ଷିତ ନାହୁଁ…ଭାରତ ବାହାରେ T20 ବିଶ୍ୱକପ୍ ଖେଳିବୁ; ବାଂଲାଦେଶ
- Son hits Anupam Kher on face: ଅନୁପମ ଖେରଙ୍କୁ ଚାପୁଡ଼ା ମାରିଲେ ପୁଅ ସିକନ୍ଦର, ଭାଇରାଲ ହେଉଛି ଭିଡିଓ…
- Republic Day: ଗଣତନ୍ତ୍ର ଦିବସ ପୂର୍ବରୁ ହାଇ ଆଲର୍ଟ: ୬ଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି
- Pakistan: ଗାଜା ଶାନ୍ତି ପ୍ରୟାସରେ ପାକିସ୍ତାନର ଏଣ୍ଟ୍ରୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ନିମନ୍ତ୍ରଣ ଦେଲେ ଟ୍ରମ୍ପ…
- ୨୦୨୮ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ; କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ବିଶ୍ୱ ଆଥଲେଟିକ୍ସ ଏବଂ AFI ପ୍ରତିନିଧି ଦଳ
- Road Accident: ଟ୍ରେଲର ପଛରେ ପିଟି ହେଲା ଥାର୍, ୩ ମୃତ
- ରାଜ୍ୟରେ ନିଶା ଦ୍ରବ୍ୟ ଉତ୍ପାଦନ ଓ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ
- ୫୦୫୦ବୋତଲ କଫ୍ ସିରପ୍ ଜବତ କଲା ପୋଲସ; ୬ ଅଭିଯୁକ୍ତ ଗିରଫ
- ବେଆଇନ ଅସ୍ତ୍ରଶସ୍ତ୍ର ଓ ପଶୁ ଅଙ୍ଗ ରଖିବା ମାମଲା; ୪ ଶିକାରୀ ଗିରଫ
Comments are closed.