Latest Odisha News

BREAKING NEWS

ପାକିସ୍ତାନରେ କରୋନା ଟେଷ୍ଟିଂରେ ତ୍ରୁଟି ଯୋଗୁଁ ଦ୍ୱିଗୁଣିତ ହେଲା ରୋଗୀଙ୍କ ସଂଖ୍ୟା

କରାଚୀ: ପାକିସ୍ତାନରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣା ବଢ଼ି ୧୯୪ରେ ପହଞ୍ଚିଛି । ବଲୁଚିସ୍ତାନ ପ୍ରାନ୍ତ ଅତିକ୍ରମ କରି ଇଟାଲୀରୁ ଫେରିଥିବା ଯାତ୍ରୀଙ୍କ କରୋନାଭାଇରସ ପରୀକ୍ଷାରେ ତ୍ରୁଟି ଯୋଗୁଁ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନେଇ ଜଣେ ଅଧିକାରୀ କହିଛନ୍ତି ।

BjdElectrycity

ପ୍ରାନ୍ତୀୟ ସିନ୍ଧ ସରକାରର ମନ୍ତ୍ରୀ ସଇଦ ଗନୀ କହିଛନ୍ତି, “ଯଦି ବ୍ୟବସ୍ଥା ଉନ୍ନତ ଧରଣର ହୋଇଥିଲେ ଆମେ ଏହି ଲୋକମାନଙ୍କୁ ଭାଇରସ ସଂକ୍ରମଣରୁ ବଂଚାଇ ପାରିଥାନ୍ତୁ ।”

ପାକିସ୍ତାନ ସେମିଫାଇନାଲ ପର୍ଯ୍ୟାୟରେ ଥିବା ପାକିସ୍ତାନ ସୁପର ଲିଗ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଛି । ତେବେ ପାକିସ୍ତାନରେ କରୋନା ଜନିତ ପ୍ରଥମ ମୃତ୍ୟୁ ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.