Latest Odisha News

ଓଡ଼ିଶାରେ ଦ୍ଵିତୀୟ କୋଭିଡ୧୯ ପଜିଟିଭ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି । ଗୁରୁବାର ଆରଏମ୍ଆରସି ଭୁବନେଶ୍ୱରରେ କରାଯାଇଥିବା ୧୪ ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣରୁ ଜଣଙ୍କର କୋଭିଡ୧୯ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । ଏହି ବ୍ୟକ୍ତି ଜଣକ ନିକଟରେ ବିଦେଶରୁ ଏକ କୋଭିଡ୧୯ ସଂକ୍ରମିତ ଦେଶରୁ ଓଡିଶା ଆସିଥିବା ଜଣାପଡିଛି ।

ଏହା ଜଣାପଡିବା ପରେ ରାଜ୍ୟ ନିରୀକ୍ଷଣ ୟୁନିଟ ପକ୍ଷରୁ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ଖୋଜିବା ଉଦ୍ୟମ ଆରମ୍ଭ ହୋଇଛି ।

ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ ଏହି କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥବା ବ୍ୟକ୍ତି ଭୁବନେଶ୍ୱରର ୨୦ ବର୍ଷୀୟ ଯୁବକ ବୋଲି ଜଣାପଡିଛି । ସେ ଦିନେ ଆଗରୁ ବ୍ରିଟେନରୁ ଓଡିଶା ଆସିଥିବା ସୂଚନା ମିଳିଛି ।

Comments are closed.