Latest Odisha News

BREAKING NEWS

ଓଡିଶାର ପ୍ରଥମ କରୋନା ରୋଗୀଙ୍କ ବାପାଙ୍କ ରିପୋର୍ଟ ନେଗେଟିଭ

ଭୁବନେଶ୍ୱର: କରୋନାଭାଇରସ ବିଶ୍ୱବ୍ୟାପୀ ମହାମାରୀ ରୂପ ନେଉଥିବା ବେଳେ ସ୍ଥାନୀୟ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଡିଶାର ପ୍ରଥମ କରୋନା ରୋଗୀଙ୍କ ପିତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି ।

ମେଡିକାଲ ଶିକ୍ଷା ଏବଂ ତାଲିମ, ରାଜ୍ୟ ନିର୍ଦ୍ଦେଶକ ଡ. ସି ବି କେ ମହାନ୍ତି କହିଛନ୍ତି, “ଗାଇଡଲାଇନ ଅନୁଯାୟୀ ସମ୍ପୃକ୍ତ ରୋଗୀଙ୍କ ଭଉଣୀର କରୋନାଭାଇରସ ପରୀକ୍ଷା କରାଯିବା ଆବଶ୍ୟକ ନୁହେଁ।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୧୬ ତାରିଖରେ ଓଡିଶା ସରକାର ରାଜ୍ୟରେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ନେଇ ସ୍ପଷ୍ଟ କରାଯାଇଥିଲା । ଏହି ୩୩ ବର୍ଷୀୟ ବ୍ୟକ୍ତିଜଣକ ନିକଟ ଅତୀତରେ ଇଟାଲୀରୁ ଫେରିଥିଲେ ।

Leave A Reply

Your email address will not be published.