ଲକ୍ଷ୍ନୌ: ସାରା ଦେଶରେ କରୋନାଭାଇରସ ସଂକ୍ରମଣ ଯୋଗୁଁ ଆସିଥିବା ସଙ୍କଟ ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟର ଦିନ ମଜୁରିଆଙ୍କୁ ୧ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ଅନୁସାରେ ୨୦.୩୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଟଙ୍କା ଦିଆଯିବ । ଯଦ୍ୱାରା ସେମାନେ ନିତିଦିନିଆ ଆବଶ୍ୟକତା ପୁରା କରିପାରିବେ ।
Chief Minister Yogi Adityanath: Rs 1000 each will be given 15 lakh daily wage labourers and 20.37 lakh construction workers to help them meet their daily needs https://t.co/CRxZkoaHEt
— ANI UP (@ANINewsUP) March 21, 2020
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ରାଜ୍ୟର ବିପିଏଲ ପରିବାରଙ୍କୁ ମଧ୍ୟ ୨୦ କେଜି ଗହମ ଓ ୧୫ କେଜି ଚାଉଳ ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ପିଡିଏସ କେନ୍ଦ୍ରରୁ ଏହା ଶ୍ରମିକମାନଙ୍କୁ ଦିଆଯିବ ।
Comments are closed.