ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶିବରାଜ ସିଂହ ଚୌହ୍ୱାଣ। ଦାୟିତ୍ୱ ଗ୍ରହଣର କିଛି ଘଣ୍ଟା ଭିତରେ ତାଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ଆଜି ଦୁଇ ନେତା ସାକ୍ଷାତ ଆଲୋଚନା କରିଛନ୍ତି । ଶିବରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କମଲନାଥ । ଏହାସହ କରୋନା ମୁକାବିଲା ନେଇ ଦୁହେଁ ଆଲୋଚନା କରିଥିବା ସୂଚନା ମିଳିଛି ।
ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିଥିଲା । ୧୫ ମାସ ନିର୍ବାସନ ପରେ ପୁଣି ଥରେ କ୍ଷମତାକରୁ ଫେରିଛି ବିଜେପି । ଶିବରାଜ ସିଂହ ଚୌହ୍ୱାଣ ଚତୁର୍ଥ ଥର ମଧ୍ୟପ୍ରଦେଶ ଶାସନ ଭାର ସମ୍ଭାଳିଛନ୍ତି । କରୋନା ଭାଇରସକୁ ନେଇ ନେଇ ସାରା ଦେଶ ଲକଡାଉନ୍ ହୋଇଥିବା ବେଳେ ଏଭଳି ସମୟରେ ଶିବରାଜ ସିଂହ ଚୌହ୍ୱାନଙ୍କ ଆଗରେ ବି ଚ୍ୟାଲେଞ୍ଜ । ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଦଳମତ ନିର୍ବିଶେଷରେ କିଭଳି କାମ କରିବେ ସେନେଇ ଶିବରାଜ ଓ କମଲନାଥ ଆଲୋଚନା କରିଥିବା ସୂଚନା ମିଳିଛି ।
BREAKING NEWS
- ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା
- ଗ୍ରାଉଣ୍ଡସମ୍ୟାନଙ୍କ ବେକକୁ ଧରିଲେ ଶାକିବ ଉଲ ହାସନ
- ସୌମ୍ୟ ବଦଳାଇବେ ଘସିପୁରା ଗେମ୍ !
- ମ୍ୟାଚ ଖେଳିବା ପୂର୍ବରୁ ଔଷଧ ଖାଉଛନ୍ତି ଧୋନୀ
- ବଳ ଗୋଟାଉଛି କଂଗ୍ରେସ; ଦଳରେ ମିଶିଲେ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ଓ ବିଭିନ୍ନ ଦଳର ବହୁ କର୍ମୀ
- ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ; ରୁଦ୍ର ମହାରଥୀଙ୍କ ବିରୋଧରେ ଲଢିବେ ପତ୍ନୀ ଜାଗୃତି
- ଦୀର୍ଘ ୨୫ ବର୍ଷର ଟ୍ୟୁମରକୁ ୧୦ ଘଣ୍ଟାର ଜଟିଳ ଅପରେସନ୍ ପରେ ବାହାର କଲେ ଏମ୍ସ ଡାକ୍ତର
- ବିଜ୍ଞାପନ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ; ଦାୟୀ ରହିବେ ସେଲିବ୍ରିଟି ଓ ଇନଫ୍ଲୁଏନ୍ସସର
- ‘୧୦ ବର୍ଷରେ ୨୨ ଲୋକଙ୍କୁ ଅରବପତି କରିଛନ୍ତି ମୋଦି, ଆମେ କୋଟିଏ ଲୋକଙ୍କୁ ଲକ୍ଷପତି କରିବୁ’
- ଆତ୍ମସମର୍ପଣ କଲା କୁଖ୍ୟାତ ମାଓବାଦୀ ସାମାୟା ମାଡକାମ