ଭୁବନେଶ୍ୱର: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କରୋନା ଭୂତାଣୁର ନିୟନ୍ତ୍ରଣ ସହ ରୋଗୀଙ୍କୁ ଜରୁରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାରୁ ସେମାନଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଏପ୍ରିଲ, ମେ’, ଜୁନ୍ ଓ ଜୁଲାଇ ମାସର ଦରମା ଏକାସଙ୍ଗେ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏଭଳି କଠିନ ପରିସ୍ଥିତିରେ ସ୍ୱସ୍ଥ୍ୟକର୍ମୀଙ୍କ ଯୋଗଦାନ ଓ ସେବା ପାଇଁ ନବୀନ ପ୍ରଶଂସା କରିଛନ୍ତି ।
ରାଜ୍ୟରେ ମହାମାରୀ ରୂପ ନେଇଥିବା କରୋନା ମୁକାବିଲାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ଥିବା ବେଳେ ସେମାନଙ୍କ ମନୋବଳ ବଢ଼ାଇବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏଥିସହ ଡାକ୍ତର, ନର୍ସ କିମ୍ବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଦୁର୍ବ୍ୟବହାର କଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
BREAKING NEWS
- ରାଜଗିରରେ ଆୟୋଜିତ ହେବ ଏସିଆ କପ୍ ୨୦୨୫; ୨୯ଅଗଷ୍ଟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ
- ଚଳିତ ସିଜନରେ ମୁମ୍ବାଇର ପ୍ରଥମ ବିଜୟ ହାସଲ
- ଜମ୍ମୁ-କଶ୍ମୀରର କଠୁଆରେ ପୁଣି ଗୁଳିବିନିମୟ: ସେନା ଜାଲରେ ଫସିଗଲେ ୩ ଆତଙ୍କବାଦୀ !
- ବାପାଙ୍କୁ ହରାଇଥିଲେ, କ୍ରିକେଟ ପଡ଼ିଆକୁ ଫେରିବାର ସମ୍ଭାବନା କମ୍ ଥିଲା; ଏବେ ଦୁନିଆ କରୁଛି ଚର୍ଚ୍ଚା
- ଗରମରେ ବିଦ୍ୟୁତ ସଙ୍କଟ ବଢ଼ାଇଲା ଚିନ୍ତା: ଗାଁଠୁ ସହର ସବୁଠି ଚୁ, ଚା…
- ଆସିଲା ଖୁସି ଖବର! ପିଏଫ୍ ଉଠାଣ ସୀମା ୫ ଲକ୍ଷକୁ ବୃଦ୍ଧି
- ସମ୍ପତ୍ତି ବିବାଦରୁ ହିଂସା: ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା, ୨ ବର୍ଷ ପରେ ଅଭିଯୁକ୍ତ ସାଙ୍ଗ ଗିରଫ
- ଦଙ୍ଗା କରେ ଗୋଟିଏ ରାଜନୈତିକ ଦଳ !
- ନେପାଳରେ ରାଜତନ୍ତ୍ର Vs ଗଣତନ୍ତ୍ର
Comments are closed.