Latest Odisha News

BREAKING NEWS

କୋଭିଡ-୧୯: ୪୫ ଦିନ ପାଇଁ ସ୍ଥାନାନ୍ତରିତ ହେଲା ୟୁନିଟ-୧ ହାଟ

ଭୁବନେଶ୍ୱର: କରୋନା ପାଇଁ ସ୍ଥାନାନ୍ତରିତ ହେଲା ଭୁବନେଶ୍ୱର ସ୍ଥିତ ୟୁନିଟ -୧ ହାଟ।

ହାଟରେ ଗହଳି ହେଉଥିବାରୁ ବିଏମସିର ପଦକ୍ଷେପ । ସାମାଜିକ ଦୂରତା ରକ୍ଷା କରିବା ଲାଗି ଆଗାମୀ ୪୫ ଦିନ ପାଇଁ ଭୁବନେଶ୍ୱର ସ୍ଥିତ ୟୁନିଟ -୧ ହାଟକୁ ସ୍ଥାନାନ୍ତରିତ କରାଯାଇଛି ।

ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ଛକ ମଧ୍ୟରେ ବସିବେ । ଆଉକିଛି ବ୍ୟବସାୟୀ ୟୁନିଟ-୧ ହାଇସ୍କୁଲ ପଡ଼ିଆରେ ବସିବେ ।

ପାରିବା ଦୋକାନ ଗୁଡିକ ମଧ୍ୟରେ ଗାଇଡ଼ଲାଇନ ଅନୁଯାୟୀ ଦୂରତା ରଖିବାକୁ ବିଏମସିର ନିର୍ଦ୍ଦେଶ । ତୁରନ୍ତ ହାଟ ଖାଲି କରିବାକୁ ପରିବା ଦୋକାନୀଙ୍କୁ ବିଏମସିର ନିର୍ଦ୍ଦେଶ।

Leave A Reply

Your email address will not be published.