Latest Odisha News

BREAKING NEWS

ଇଟାଲୀରେ କରୋନା ବିଭୀଷିକା: ଗୋଟିଏ ଦିନରେ ୬,୧୫୩ ଆକ୍ରାନ୍ତ, ୬୬୨ମୃତ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ୨୪ ଘଣ୍ଟାରେ ନେଲା ୬୬୨ ଜୀବନ ।

୨୪ ଘଣ୍ଟାରେ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୬୨ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଏହାକୁ ମିଶାଇ ଇଟାଲୀରେ ମୃତକଙ୍କ ସଂଖ୍ୟା ୮୨୧୫ ରେ ପହଞ୍ଚିଛି। ଏହାସହ ଗୋଟିଏ ଦିନରେ ୬,୧୫୩ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୮୦, ୫୮୯ ଛୁଇଁଛି ।

ମୃତ୍ୟୁର ବିଭୀଷିକା ରଚୁଥିବା ଏହି କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଟପିଗଲାଣି ଇଟାଲୀ ।

କରୋନା ଭାଇରସ ସାରା ବିଶ୍ୱରେ ୨୪ ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ନେଲାଣି | ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ସଂଗୃହିତ ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱରେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସାଢ଼େ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ୨୩ ହଜାର ଲୋକ ସୁସ୍ଥ ହୋଇଯାଇଛନ୍ତି।

Leave A Reply

Your email address will not be published.