Latest Odisha News

BREAKING NEWS

କୋଭିଡ-୧୯ ବିରୋଧରେ ଲଢେଇ; ସ୍ଥାନାନ୍ତର ହେଲା ଟ୍ୱିନସିଟିର ମାର୍କେଟ

କଟକ: କୋଭିଡ-୧୯ର ମୁକାବିଲା କରିବା ତଥା ସାମାଜିକ ଦୂରତା ବଜାୟ ରଖିବା ଲାଗି କଟକ ପ୍ରଶାସନ ପକ୍ଷରୁ ଛତ୍ର ବଜାରର ପନିପରିବା ବଜାରକୁ ବାଦାମବାଡି ସ୍ଥାନାନ୍ତର କରାଯାଇଛି ।

ବର୍ତ୍ତମାନ ବାଦାମବାଡି ପୂଜା ମଣ୍ଡପ ଏବଂ ମଧୁପାଟଣା ଛକ ରେ ବସୁଥିବା ପରିବା ମାର୍କେଟରେ ବିକ୍ରେତାମାନେ ପରସ୍ପର ମଧ୍ୟରେ ଅତି କମରେ ୮ ଫୁଟ ବ୍ୟବଧାନ ରଖିବେ । ସେହିଭଳି ବିକ୍ରେତାମାନଙ୍କଠାରୁ ପରିବା କିଣିବାବେଳେ ଗ୍ରାହକଙ୍କୁ ୧ ମିଟର ଦୂରତା ବଜାୟ ରଖିବାକୁ କୁହାଯାଇଛି।

ଆହୁରି ମଧ୍ୟ ରାଜଧାନୀରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ମଧ୍ୟ ୟୁନିଟ୍-୧ ବଜାରକୁ, ୟୁନିଟ୍ -୧ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆକୁ ସ୍ଥାନାନ୍ତର କରିଛି।

ପୂର୍ବରୁ ଉକ୍ତ ଅଞ୍ଚଳର ଆଦିବାସୀ ପଡିଆ ଖେଳ ପଡିଆରେ ମାର୍କେଟ ଚାଲୁଥିବା ବେଳେ ସାମାଜିକ ଦୂରତା ନିୟମର ଉଲ୍ଲଂଘନ ହେବାରୁ ଶୁକ୍ରବାର ଦିନ ଏହାକୁ ବିଦ୍ୟାଳୟ ଖେଳ ପଡିଆକୁ ସ୍ଥାନାନ୍ତର କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

Comments are closed.