Latest Odisha News

କଟକର ଡ୍ରିମ୍ସରେ ସ୍ଥାପିତ ହେବ କରୋନା ଭୂତାଣୁ ହସ୍ପିଟାଲ

କଟକ: କଟକ ଜିଲ୍ଲା ଟାଙ୍ଗିସ୍ଥିତ ଡ୍ରିମ୍ସରେ ଓଡ଼ିଶା ସରକାର କରୋନା ଭୂତାଣୁ ହସ୍ପିଟାଲ ସ୍ଥାପିତ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି । ସୂଚନାନୁଯାୟୀ ୫୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ରହିବ ୫୦ଟି ଆସିୟୁ ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶୁକ୍ରବାର ଦିନ ଡ୍ରିମ୍ସ କର୍ତ୍ତୃପକ୍ଷଙ୍କୁ ହସ୍ପିଟାଲ କାର୍ଯ୍ୟ ଆରମ୍ଭ ଲାଗି ପିଡବ୍ଲ୍ୟୁଡ଼ି ବିଭାଗକୁ ସମ୍ପୂର୍ଣ୍ଣ କ୍ୟାମ୍ପସ ହସ୍ତାନ୍ତର କରିବାକୁ ଏକ ପତ୍ର ଲେଖିଛନ୍ତି ।

ହସ୍ତାନ୍ତର ହେବାପରେ ପିଡବ୍ଲ୍ୟୁଡ଼ି ଯଥାଶିଘ୍ର ଏଠାରେ ହସ୍ପିଟାଲ ନିର୍ମାଣ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବ ।

ଏବେ ଡ୍ରିମ୍ସ କ୍ୟାମ୍ପସରେ ୪ଟି ଛାତ୍ରାବାସ ରହିଥିବା ବେଳେ ସମୁଦାୟ ୩୦୪ଟି କୋଠରୀ ରହିଛି । ଅନ୍ୟପକ୍ଷରେ ଛାତ୍ରୀନିବାସରେ ୧୩୦ଟି କୋଠରୀ ରହିଛି । ଏଥିସହିତ କ୍ୟାମ୍ପସରେ ରହିଛି ଏକାଡ଼େମିକ୍ ବ୍ଲକ ଏବଂ ଅନ୍ୟ କେତେକ ଗୃହ । ସମସ୍ତ ଭିତ୍ତିଭୂମିରେ ହିଁ ସ୍ଥାପନ ହେବ ମେଡ଼ିକାଲ ଲାଗି ବିଭିନ୍ନ ୱାର୍ଡ଼, ଆସିୟୁ, ଓପିଡ଼ି କାଉଣ୍ଟର୍‌, ଲାବୋରେଟୋରୀ, ଲଣ୍ଡ୍ରି ଏବଂ ଡାକ୍ତର ତଥା ମେଡ଼ିକାଲ୍ ଷ୍ଟାଫଙ୍କ ନିମନ୍ତେ କୋଠରୀ ।

ଏହାପୂର୍ବରୁ ଓଡ଼ିଶା ସରକାର ସମ ଏବଂ କିମ୍ସ ମେଡ଼ିକାଲ୍ କଲେଜରେ ଦୁଇଟି ହସ୍ପିଟାଲ ସ୍ଥାପନ କରିବା ନେଇ ଘୋଷଣା କରିସାରିଛନ୍ତି । ଏହି ଦୁଇଟି ହସ୍ପିଟାଲ ୧୦୦୦ ଶଯ୍ୟା ବିଶିଷ୍ଟ ହେବ ବୋଲି ଜଣାପଡ଼ଛି ।

Leave A Reply

Your email address will not be published.