ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ୍)କୁ ସ୍ଥଗିତ ରଖାଯାଇଛି। ଯାହା ମେ’ ୩ରେ ଅନୁଷ୍ଠିତ ହେବାର ଥିଲା।
ପିଟିଆଇ ଗଣମାଧ୍ୟମକୁ ସୂଚନା ଦେଇ ପରୀକ୍ଷା ଏଜେନ୍ସିର ଅଧିକାରୀମାନେ କହିଛନ୍ତି, ଦେଶରେ କରୋନାଭାଇରସ୍ ଲକଡାଉନ ଯୋଗୁଁ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟକୁ ସ୍ଥଗିତ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ସ୍ନାତକୋତ୍ତର ଡାକ୍ତରୀ, ଦନ୍ତ ଏବଂ ଆୟୁଷ କାର୍ଯ୍ୟକ୍ରମରେ ଆଡମିଶନ ପାଇଁ ନିଟ୍ ୟୁଜି ଏଣ୍ଟ୍ରାସ ଅନୁଷ୍ଠିତ ହୋଇଥାଏ। ଏହାପୂର୍ବରୁ ଏମ୍ସ ଓ ଜିପମର ବ୍ୟତୀତ ସମସ୍ତ ରାଜ୍ୟ ତଥା କେନ୍ଦ୍ରୀୟ ଚିକିତ୍ସା ଏବଂ ଦନ୍ତ ପ୍ରତିଷ୍ଠାନ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଏମ୍ସ ଓ ଜିପମର ପାଇଁ ପୃଥକ ପୃଥକ ପ୍ରବେଶିକା ପରୀକ୍ଷା ଚଳିତ ବର୍ଷ ଠାରୁ ବନ୍ଦ ହୋଇସାରିଛି ଏବଂ କେବଳ ନିଟ୍ ୟୁଜି ଆଧାରରେ ସମସ୍ତ ଆଡମିଶନ ଅନୁଷ୍ଠିତ ହେଉଛି।
Comments are closed.