Latest Odisha News

BREAKING NEWS

କୋଭିଡ-୧୯ ଲକଡାଉନ: ଏୟାର ଇଣ୍ଡିଆ ଆରମ୍ଭ କଲା କାର୍ଗୋ ସେବା

ଭୁବନେଶ୍ୱର: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବା ବେଳେ ଖାଦ୍ୟ ଏବଂ ଔଷଧର ଠିକ୍ ସମୟରେ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏୟାର ଇଣ୍ଡିଆପକ୍ଷରୁ ଶନିବାର ଦିନ ଓଡିଶାରୁ କାର୍ଗୋ ସେବା ଆରମ୍ଭ ହେଉଛି ।

ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ବି ଭେଙ୍କଟେଶ୍ୱର ରାଓ ସୂଚନା ଦେଇ କହିଛନ୍ତି ଯେ ଏୟାର ଇଣ୍ଡିଆର ଏକ ବିମାନ ଅପରାହ୍ନ ୩.୩୦ମି.ରେ ରାୟପୁରରୁ ଆସି ଅପରାହ୍ନ ୪.୫୦ମି.ରେ ଭୁବନେଶ୍ୱରରେ ପହଞ୍ଚିବ। ପରେ ଏହି ବିମାନ ଭୁବନେଶ୍ୱରରୁ ୫.୨୦ମି.ରେ ଛାଡି ଦିଲ୍ଲୀରେ ରାତି ୮.୨୦ମି.ରେ ଅବତରଣ କରିବ।

ପରବର୍ତ୍ତୀ ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ କାର୍ଗୋ ବିମାନରେ ଖାଦ୍ୟ ଏବଂ ଔଷଧ ଭଳି ସାମଗ୍ରୀ ରାଜ୍ୟକୁ ଅଣାଯିବ । ଏନେଇ ମଧ୍ୟ ସୂଚନା ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.