Latest Odisha News

ଦେଶରେ ବଢୁଛି ମୃତ୍ୟୁ ସଂଖ୍ୟା; କେରଳରେ କରୋନା ନେଲା ପ୍ରଥମ ମୁଣ୍ଡ

କୋଚି: ଶନିବାର ଦିନ କେରଳରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି । ଏନେଇ ଏର୍ଣ୍ଣାକୁଲମ ଜିଲ୍ଲା ମେଡିକାଲ ଅଫିସର ଡା. ଏନକେ କୁଟ୍ଟାପନ ସୂଚନା ଦେଇଛନ୍ତି ।

କୋଚି ମେଡିକାଲ କଲେଜରେ ଆଜି ଜଣେ ୬୯ ବର୍ଷୀୟ ବୃଦ୍ଧ କରୋନାଭାଇରସ ଯୋଗୁଁ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଥିବା କୁହାଯାଉଥିବା ବେଳେ ଏଯାଏଁ ସରକାରୀ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ପ୍ରକାଶିତ ହୋଇନି ।

କେରଳ ବ୍ୟତୀତ ଦେଶର ଅନ୍ୟ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଜନିତ ମୃତ୍ୟୁ ହୋଇସାରିଛି । ମହାରାଷ୍ଟ୍ରରେ କରୋନା ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଛି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସହ ବଢ଼ି ବଢ଼ି ଚାଲିଛି । ଦେଶରେ ଗୋଟିଏ ଦିନରେ ୧୪୯ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

Comments are closed.