ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ଏହି ମହାମାରୀ ସାରାବିଶ୍ୱରେ ନେଲାଣି ୩୦ ହଜାରରୁ ଅଧିକ ମୁଣ୍ଡ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୬ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦ ହଜାର ୮୪୭ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୯୦ ହଜାର ୫୪ ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ସେଥିରୁ ୧ ଲକ୍ଷ ୪୧ ହଜାର ୯୫୧ ଜଣ ସୁସ୍ଥ ହୋଇଛନ୍ତି ।
କରୋନା ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩ ହଜାର ୩୦୦ ଓ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୩୯ ହୋଇଥିବା ବେଳେ ଏହାକୁ ଟପି ଯାଇଛି ଇଟାଲୀ ଓ ଆମେରିକା ।
ଅନ୍ୟପଟେ ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ହାଜରେ ଟପି ୧୦୨୯ ରେ ପହଞ୍ଚିଲାଣି । ଶନିବାର ଦିନ ଗୋଟିଏ ଦିନରେ ଭାରତରେ ୧୮୫ ଜଣ ନୂଆକରି ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କର ପ୍ରାଣ ଯାଇଛି ।
Comments are closed.