କୋଲକାତା: କରୋନାଭାଇରସର ଆତଙ୍କକୁ ଦେଖି ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ ହୋଇଛି । ଏହି କାରଣରୁ ସହରରେ କାମ କରୁଥିବା ଶ୍ରମିକମାନେ ଗାଁକୁ ଫେରୁଛନ୍ତି । ଗାଁକୁ ଫେରୁଥିବା ଲୋକଙ୍କୁ ସାବଧାନତା ଅବଲମ୍ବନ ସ୍ୱରୂପ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ ରହିବାକୁ ପରାମର୍ଶ ଦିଆଯାଇଛି ।
ସେଥିପାଇଁ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ଭାଙ୍ଗଡି ଗ୍ରାମର କିଛି ଯୁବକ ଚେନ୍ନାଇରୁ ଫେରିବା ପରେ ନିଜକୁ ଗଛରେ କ୍ୱାରେଣ୍ଟାଇନ କରିଛନ୍ତି । ଏମାନଙ୍କ ଘରେ ଆଇସୋଲେସନ ପାଇଁ ଅଲଗା କୋଠାରୀ ନଥିବାରୁ ଗଛରେ କ୍ୱାରେଣ୍ଟାଇନରେ ରହୁଥିବା ଜଣାପଡିଛି ।
West Bengal: These makeshift camps on tree are otherwise, used by villagers in Purulia to observe elephant movement and to safeguard themselves from elephant attacks. https://t.co/mkhTSa6bUA
— ANI (@ANI) March 28, 2020
ଲକଡାଉନ ପାଇଁ ଏହି ଶ୍ରମିକମାନେ ଚେନ୍ନାଇରୁ ନିଜ ଗାଁକୁ ଫେରିଛନ୍ତି । ଗାଁକୁ ଯିବା ପୂର୍ବରୁ ସମସ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ପରୀକ୍ଷା କରାଇଲେ, ଯେଉଁଠି ଡାକ୍ତର ତାଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଲେ ।
ତେବେ ଗାଁରେ ହାତୀ ଯିବା ଆସିବା କରୁଥିବାରୁ ସେମାନେ ଗାଁ ବାହାରେ ଶୋଇବାକୁ ଭୟ କଲେ । ସେଥିପାଇଁ ସେମାନେ ଖଟକୁ ଗଛ ଉପରେ ବାନ୍ଧି କ୍ୱାରେଣ୍ଟାଇନରେ ରହିଲେ । ଏହା ଦ୍ୱାରା ସେମାନେ ଜୀବଜନ୍ତୁଙ୍କ ଠାରୁ ବଞ୍ଚି ରହିବେ ଏବଂ ଗ୍ରାମବାସୀଙ୍କୁ କରୋନାଭାଇରସରୁ ମଧ୍ୟ ବଞ୍ଚାଇ ରଖିବେ ।
Comments are closed.