Latest Odisha News

BREAKING NEWS

ମନ୍ କି ବାତ୍‌ରେ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ମନ୍ କି ବାତ୍‌ ରେଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନବତାରେ ପୂର୍ଣ୍ଣ ନର୍ସମାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି । ସେମାନଙ୍କ ସେବା ମନୋଭାବ ସହ କାମ ଅତୁଳନୀୟ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଅର୍ଥାତ୍ ୨୦୨୦ ମସିହାକୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଓ ମିଡ୍ ୱାଇଭସ ବର୍ଷ ଭାବେ ପାଳନ କରାଯାଉଛି । ୨୦୦ ବର୍ଷ ପୂର୍ବେ ୧୮୨୦ରେ ଜନ୍ମ ନେଇଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ମାନବ ସେବା ଭାବରେ ନର୍ସିଂକୁ ଏକ ନୂଆ ପରିଚୟ ଦେବା ସହ ଏକ ନତନ ଶିଖରକୁ ପହଁଚାଇଥିଲେ ।

ଦୁନିଆରେ ପ୍ରତ୍ୟେକ ନର୍ସଙ୍କର ସେବାଭାବ ପ୍ରତି ସମର୍ପିତ ଏଇ ବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ନିଶ୍ଚିତ ଭାବେ ପୁରା ନର୍ସିଂ ସମ୍ପ୍ରଦାୟ ପ୍ରତି ଏକ ବଡ଼ ପରୀକ୍ଷାର ସମୟ ଭାବେ ଉଭାହୋଇଛି ବୋଲି ମୋଦି କହିଛନ୍ତି । ମୋର ବିଶ୍ୱାସ କି ଆପଣମାନେ ସମସ୍ତେ ଏହି ପରୀକ୍ଷାରେ କେବଳ ସଫଳ ହେବେନି ବରଂ ଅନେକ ଜୀବନ ବି ବଞ୍ଚାଇବେ ବୋଲି ମୋଦି ନର୍ସମାନଙ୍କୁ ସମ୍ବୋଧନ କରି କହିଛନ୍ତି । ନର୍ସମାନଙ୍କ ପରି ସାଥୀମାନଙ୍କର ମନୋବଳ ଓ ଉତ୍ସାହ କାରଣରୁ ହିଁ ଦେଶ ଏତେବଡ଼ ଯୁଦ୍ଧ ଲଢ଼ିପାରୁଛି ବୋଲି ସେ କହଛନ୍ତି ।

ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, ପାରାମେଡିକାଲ କର୍ମୀ, ଆଶା, ଏଏନଏମ ବା ସଫେଇ କର୍ମଚାରୀ, ଏ ସମସ୍ତଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଦେଶ ଚିନ୍ତା କରୁଛି ବୋଲି ପ୍ରକାଶ କରିବା ସହ ଏହାକୁ ଦୃଷ୍ଟିରେ ରଖି ଏଇଭଳି ପ୍ରାୟ ୨୦ ଲକ୍ଷ ସାଥୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମାର ଘୋଷଣା କରିଥିବା ମୋଦି ସୂଚନା ଦେଇଛନ୍ତି । ଏହାଦ୍ୱାରା ସେମାନେ ଏ ଯୁଦ୍ଧରେ ଅଧିକ ଆତ୍ମବିଶ୍ୱାସର ସହ ଦେଶକୁ ନେତୃତ୍ୱ ଦେଇପାରିବେ ବୋଲି ନିଜର ମାସିକ ରେଡିଓ ବାର୍ତ୍ତା ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.