Latest Odisha News

BREAKING NEWS

ଲକ୍‌ଡାଉନ ସମୟରେ ପୋଲିସ କର୍ମଚାରୀଙ୍କୁ ମିଳିବ ସାପ୍ତାହିକ ଛୁଟି

ଭୁବନେଶ୍ୱର: ଲକ୍ ଡାଉନ ସମୟରେ ରାଜ୍ୟରେ ପୋଲିସ କର୍ମଚାରୀଙ୍କ ଦାୟିତ୍ୱ ଦୁଇଗୁଣ ବଢିଯାଇଛି । ରାସ୍ତାରେ ଲୋକେ ଯେପରି ଭିଡ ନ ଜମାଇବେ, ଦୋକାନ ବଜାରରେ ଭିଡ ନ ଜମାଇବେ ସେଥିପାଇଁ ବିଭିନ୍ନ ସ୍ଥାନରେ ଡ୍ୟୁଟିରେ ରହୁଛନ୍ତି ପୋଲିସ କର୍ମଚାରୀ ।

ତେବେ ସେମାନଙ୍କ ଉପରେ କାମର ଚାପ ରହୁଥିବାରୁ ସେମାନଙ୍କୁ ୮ ଘଣ୍ଟିଆ ଡ୍ୟୁଟିରେ ରଖାଯିବ । ଏଥି ସହ ପ୍ରତି ସପ୍ତାହରେ ଦିନଟିଏ ଛୁଟି ଦିଆଯିବ । ଏ ନେଇ ଆଜି ପୋଲିସ ମହାନିର୍ଦ୍ଦେଶକ ଅଭୟ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସବୁ ଜିଲ୍ଲାର ଏସ୍‌ପି ଓ ଡିସିପିଙ୍କ ସହ ସେ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.