ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧୦୨୪ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଏଥିସହିତ କରୋନାଭାଇରସ ସଂକ୍ରମଣରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ପ୍ରକାଶ ।
ଆକ୍ରାନ୍ତଙ୍କ ମଧ୍ୟରୁ ୯୬ ଜଣ ଚିକିତ୍ସିତ ରୋଗୀ ଡିସଚାର୍ଜ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।
ଏହି ଭାଇରସର ଵିସ୍ତାରକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ସାରାଦେଶକୁ ଲକଡାଉନ କରି ଦେଇଛନ୍ତି ।
Comments are closed.