Latest Odisha News

ହ୍ୱାଟ୍ସଆପରେ ବଦଳିଲା ଷ୍ଟାଟସ ଦେବା ପ୍ରକ୍ରିୟା, ଜାଣନ୍ତୁ

ବେଙ୍ଗାଲୁରୁ: ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବାବେଳେ ଭାରତରେ ବହୁଳ ମାତ୍ରାରେ ଇଣ୍ଟରନେଟ୍ ବ୍ୟବହାର, ବୃଦ୍ଧି ପାଇଛି।

ଯାହାଫଳରେ ନେଟୱର୍କରେ ଭାର କମାଇବା ପାଇଁ ସୋମବାର ଦିନ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ ଭାରତରେ ଷ୍ଟାଟସ୍ ଭିଡିଓ ସମୟକୁ ୩୦ସେ. ରୁ ୧୫ ସେକେଣ୍ଡ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛି।

ଭାରତରେ ହ୍ୱାଟ୍ସଆପକୁ ପ୍ରାୟ ୪୦୦ ମିଲିୟନ୍ ୟୁଜର୍ସ ବ୍ୟବହାର କରୁଛନ୍ତି । ଏବେ ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ ୟୁଜର୍ସମାନେ ଇଣ୍ଟରନେଟର ବହୁଳ ବ୍ୟବହାର କରିବା ସହ ବିଭିନ୍ନ ବିଷୟବସ୍ତୁକୁ ଶେୟାର କରୁଛନ୍ତି ।

ଫେସବୁକ୍ ମାଲିକାନା ଦ୍ୱାରା କରାଯାଇଥିବା ଏଭଳି ପଦକ୍ଷେପ ଫଳରେ ଏହାର ସର୍ଭର ଏବଂ ଟେଲିକମ୍ ନେଟୱର୍କ ଉପରେ ଲୋଡ୍ କମ୍ ପଡିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave A Reply

Your email address will not be published.