Latest Odisha News

BREAKING NEWS

ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କା

ପୁରୀ: ୟେସ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବକେୟା ଜମା ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ୧୫୬ କୋଟି ଟଙ୍କା ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟରେ ଜମା ହୋଇଛି । ସୁଧ ମୂଳ ସହ ମାଚ୍ୟୁରିଟି ପରେ ଫେରିଛି ଟଙ୍କା । ସେହି ଟଙ୍କାକୁ ୬.୦୫ ପ୍ରତିଶତ ସୁଧହାରରେ ବ୍ୟାଙ୍କ ଅଫ୍ ବରୋଦାରେ ରଖାଯିବ ।
ପୂର୍ବରୁ ୟେସ୍ ବ୍ୟାଙ୍କରୁ ମହାପ୍ରଭୁଙ୍କର ୩୯୭ କୋଟି ୨୩ ଲକ୍ଷ ଟଙ୍କା ଶ୍ରୀମନ୍ଦିର ଏସବିଆଇ ଜମା ଖାତାକୁ ଇ-ଟ୍ରାନ୍ସଫର ହୋଇଥିଲା । ୟେସ ବ୍ୟାଙ୍କ ଉପରେ ଆରବିଆଇ କଟକଣା ଜାରି କରିବା ପରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରିବା ନେଇ ଦେଖାଦେଇଥିଲା ଅନିଶ୍ଚିତତା । ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୯୨ କୋଟି ଟଙ୍କା ଡିପୋଜିଟ ହୋଇଥିଲା ।

Leave A Reply

Your email address will not be published.