ଆସନ୍ତୁ ଜାଣିବା କରୋନା ଯୋଗୁଁ ଜେଲରେ କାହା ନିଦ ହଜିଛି
ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେବା ଭୟରେ ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କ ନିଦ ହଜିଛି । ସେ ଏବେ ଯୋଧପୁରର ସେଂଟ୍ରାଲ ଜେଲରେ ଥିବାରୁ ଅନ୍ୟ କଏଦୀଙ୍କ ଦ୍ୱାରା ସେ ସଂକ୍ରମିତ ହେବେ ବୋଲି ଭୟ କରିଛନ୍ତି ।
ସବୁଠାରୁ ବଡ କଥା ତାଙ୍କ ସମର୍ଥନରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ସମ୍ମୁଖକୁ ଆସିଛନ୍ତି । ନାବାଳିକା ଦୁଷ୍ମର୍ମ ମାମଲାରେ ସେ ଜେଲଦଣ୍ଡ ଭୋଗୁଛନ୍ତି । କରୋନା ଭାଇରସ ଯୋଗୁଁ ଦେଶର ଅନେକ କଏଦୀଙ୍କୁ ଖଲାସ କରାଯାଉଛି । ଆଶାରାମ ଜଣେ ରୋଗଗ୍ରସ୍ତ ବୃଦ୍ଧ ବ୍ୟକ୍ତି । ତାଙ୍କୁ ଖଲାସ କରାଯିବା ଉଚିତ ବୋଲି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି । ରାଜ୍ୟ ସରକାର ଏ ନେଇ ଚିନ୍ତା କରନ୍ତୁ ବୋଲି ସ୍ୱାମୀ ଟୁଇଟ କରିଛନ୍ତି ।
୩୧ ଅଗଷ୍ଟ ୨୦୧୩ରେ ସେ ଉପରୋକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
Comments are closed.