ଭୁବନେଶ୍ୱର: ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ । ଏନେଇ ଆଜି ପ୍ରବାସୀ ଓଡ଼ିଆ ତଥା ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ସମୀକ୍ଷା ବୈଠକ ହୋଇଛି । ଏହାପରେ ଗୃହ ସଚିବ ସଂଜୀବ ଚୋପ୍ରା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷ ଓଡ଼ିଆ ବାହାରେ ଅଛନ୍ତି । ସେଥିମଧ୍ୟରୁ ୪୦ ହଜାର ଲୋକଙ୍କ ସହ ଯୋଗାଯୋଗରେ ଅଛୁ । ବର୍ତ୍ତମାନ ସୁଦ୍ଧା କଣ୍ଟ୍ରୋଲ ରୁମକୁ ୫ ହଜାର ୨୦୦ କଲ୍ ଆସିଛି ।
ଗୃହ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ଶହେରୁ ଅଧିକ ଲୋକ ଯେଉଁଠି ଅଛନ୍ତି ସେହି ସ୍ଥାନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିଲାଗି ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଗୃହ ସଚିବ । ସବୁ ଲୋକଙ୍କ ପାଖରେ କିଭଳି ଖାଦ୍ୟ ଓ ଔଷଧ ପହଞ୍ଚିବ, ତା ଉପରେ ମଧ୍ୟ ଗୁରୁତ୍ବ ଦିଆ ଯାଉଥିବା ଗୃହ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ।
ଗୁଜୁରାଟ, ଦିଲ୍ଲୀ ଏବଂ ଏନସିଆର୍ ଅଞ୍ଚଳରେ ସବୁଠାରୁ ଅଧିକ ଓଡ଼ିଆ ବାହାରେ ରହିଥିବା ସେ କହିଛନ୍ତି। ସେମାନଙ୍କୁ ଯୋଗାଯୋଗ ଲାଗି ଚେଷ୍ଟା ଚାଲିଛି। ନୋଡାଲ୍ ଅଫିସରମାନେ ସରକାରଙ୍କୁ ଏନେଇ ରିପୋର୍ଟ ଦେଉଛନ୍ତି ବୋଲି ସୂଚନା ଦେଇଛନ୍ତି ଗୃହ ସଚିବ ।
BREAKING NEWS
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
Comments are closed.