ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏଥିପାଇଁ ପୁରା ରାଜଧାନୀକୁ ଜୀବାଣୁ ମୁକ୍ତ କରିବା ପାଇଁ କାମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ୱର ବାପୁଜୀ ନଗରର ଅଂଚଳକୁ ସାନିଟାଇଜ କରାଯାଇଛି ।
ରାଜମହଲ ଛକରୁ ଶିଶୁଭବନ ଛକ ମଧ୍ୟରେ ଥିବା ସମସ୍ତ ରାସ୍ତାଘାଟ ଓ ଦୋକାନ ବଜାରକୁ ରାସାୟନିକ ପାଣି ସ୍ପ୍ରେ କରି ବିଶୋଧନ କରାଯାଇଛି । ଏଥିସହ ବାପୁଜୀନଗରର ସମସ୍ତ ଗଳି କନ୍ଦିରେ ମଧ୍ୟ ରାସାୟନିକ ସ୍ପ୍ରେ କରାଯାଇଛି । ସହରର ବିଭିନ୍ନ ସ୍ଥାନକୁ ସାନିଟାଇଜର ସହାୟତାରେ ସଫା କରାଯାଇଛି ।
ଅଗ୍ନିଶମ ବିମାନର ୧୫ ଜଣିଆ ଟିମ୍ ଏହି କାମରେ ନିୟୋଜିତ ହୋଇଛନ୍ତି । ବିଏମ୍ସି ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ରୁଟ୍ରେ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସମସ୍ତେ ଭୟଭୀତ ଥିବା ବେଳେ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏହି ପରିପେକ୍ଷିରେ କେବଳ ଘର ନୁହେଁ ରାସ୍ତାଘାଟରୁ ଆରମ୍ଭ କରି ଚଳପ୍ରଚଳ କରୁଥିବା ସମସ୍ତ ସ୍ଥାନକୁ ବିଶୋଧନ କରାଯାଉଛି ।
BREAKING NEWS
- Nepal floods: ବାଲେନ୍ ଶାହଙ୍କ ସହ କଥା ହେଲେ ପିଏମ୍ ମୋଦୀ; ‘ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା’ ଯୋଗାଇବାକୁ ପ୍ରତିଶ୍ରୁତି
- ନେପାଳରେ ଜଳପ୍ରଳୟ: ସୂଚନା ଲୁଚାଇଲା ଚୀନ୍, ୧୦୫ ଭାରତୀୟଙ୍କ ସମେତ ୪୦୦ ନିଖୋଜ
- ଏଲପିଜି ଗ୍ରାହକଙ୍କ ପାଇଁ ଜରୁରୀ ଖବର: ଅଗଷ୍ଟ ୩୧ ସୁଦ୍ଧା କରନ୍ତୁ ଇ-କେୱାଇସି, ନଚେତ୍ କଟିଯାଇପାରେ ଗ୍ୟାସ୍ କନେକ୍ସନ୍
- କିପରି କାମ କରେ ୟୁପିଆଇ? କ୍ୟୁଆର୍ କୋଡ୍ ସ୍କାନରୁ ବ୍ୟାଙ୍କ ଖାତା ପର୍ଯ୍ୟନ୍ତ ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
- ଟେଷ୍ଟ ର୍ୟାଙ୍କିଂ: ବୁମରାଙ୍କୁ ପଛରେ ପକାଇ ପ୍ରଥମ ଥର ନମ୍ବର-୧ ହେଲେ ମିଚେଲ ଷ୍ଟାର୍କ
- ବିଶ୍ୱ ରାଜନୀତିରେ ହଲଚଲ: ରୁଷିଆରେ ସିଆଇଏ ମୁଖ୍ୟ, ଏକାସାଙ୍ଗରେ ବିଦେଶ ଗସ୍ତରେ ଡୋଭାଲ, ଜୟଶଙ୍କର ଓ ଭାଗବତ
- ବାଇକ୍ ଓ କାର୍ ଚାଳକ ସାବଧାନ! ଏଣିକି ସହରରେ ବିନା କାରଣରେ ହାଇ ବିମ୍ ଲାଇଟ୍ ବ୍ୟବହାର କଲେ ବାଜିବ ସାଇରନ୍
- ୭ ବର୍ଷର ରିପୋର୍ଟ କାର୍ଡ ଦେଲେ ଅପରାଜିତା: ରାସ୍ତା, ଆଲୋକ ଏବଂ ପାନୀୟ ଜଳ ଉପରେ ଗୁରୁତ୍ୱ
- ମହିଳାଙ୍କୁ ରକ୍ଷା ବନ୍ଧନ ଉପହାର: ଆମ ବସ୍ରେ ମିଳିବ ମାଗଣା ସେବା
- India rejects UNCERD report:ଜାତିସଂଘ କମିଟି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କଲା ଭାରତ;ଏହାକୁ ରାଜନୈତିକ ଭାବରେ ପ୍ରେରିତ କହିଲା

Comments are closed.