କଟକ: ଏଣିକି କଟକ ବଡ ମେଡିକାଲରେ ହେବ କରୋନା ରକ୍ତ ନମୁନା ପରୀକ୍ଷା । ଏଥିପାଇଁ ଆଇସିଏମ୍ଆର୍ସି ତରଫରୁ ଅନୁମତି ମିଳିଛି । ଖୁବ୍ଶୀଘ୍ର ବୁର୍ଲା ହସ୍ପିଟାଲ ଓ ବ୍ରହ୍ମପୁରର ଏମ୍କେସିଜିରେ ଏହି ସୁବିଧା ଉପଲବ୍ଧ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।
ରାଜ୍ୟର ସବୁ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ଖୋଲିବ । ଏଥିପାଇଁ ବିଭିନ୍ନ ଘରୋଇ ହସ୍ପିଟାଲ ସହଯୋଗରେ ଯୁଦ୍ଧକାଳୀନି ଭିତ୍ତିରେ ଏହା କରାଯିବ । ଏଥିସହ ଓଡ଼ିଶାର ଅନ୍ୟ ଜିଲ୍ଲା ବ୍ୟତୀତ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ କୋଭିଡ ହସ୍ପିଟାଲ ବ୍ୟବସ୍ଥା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଏଥିସହ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶପଥ ପାଠ ଜରିଆରେ ଯେଉଁ ଆହ୍ୱାନ ଦେଇଛନ୍ତି ତାକୁ ସମସ୍ତେ ପାଳନ କରିବା ଉଚିତ । ସମସ୍ତେ ମିଳିମିଶି କରୋନା ଭାଇରସ କବଳରୁ ଓଡ଼ିଶାବାସୀଙ୍କୁ ମୁକ୍ତ କରିବା ଦିଗରେ ପ୍ରୟାସ ଜାରି ରଖିବା ଉଚିତ ବୋଲି ସେ କହିଛନ୍ତି ।
BREAKING NEWS
- କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ
- ନିଆରା ଢଙ୍ଗରେ ଆସି ନାମାଙ୍କନ ଭରିଲେ ସୋନାଲି ବିଶି
- ଆସନ୍ତୁ ଜାଣିବା କିଏ କହିଲେ ଦଳରେ ଚୟନ ନ ହେବା ପଛରେ ରିଙ୍କୁଙ୍କ କୌଣସି ଭୁଲ ନାହିଁ
- ମାଆ ବନିଲେ କା !
- ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି
- ଭାରତୀୟ ମହିଳା ହକି ଦଳ ଘୋଷଣା: ଓଡିଶାରୁ ଜ୍ୟୋତି, ସୁନେଲିତା
- ପୁରୀ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ଜୟନ୍ତ ଷଡ଼ଙ୍ଗୀ
- ଝରିଗାଁରେ ଝଲସିବ କାହାର ଭାଗ୍ୟ ?
- ବ୍ରହ୍ମପୁରରେ ଗୁରୁ ଶିଷ୍ୟ ଲଢେଇ
- ଭବାନୀପାଟଣାରେ ଚମକିବ କାହାର ଭାଗ୍ୟ ?