Latest Odisha News

BREAKING NEWS

ବଜ୍ରକାପ୍ତା ଓ ବାଦୁଡି ହେଉଛନ୍ତି କରୋନାର ଜନ୍ମଦାତା !

ନୂଆଦିଲ୍ଲୀ: ଯେଉଁ ସମୟରେ କରୋନାଭାଇରସର ଉତ୍ପତ୍ତି ହେଲା, ସେହି ସମୟରୁ ବାଦୁଡିରୁ ମନୁଷ୍ୟ ଶରୀରକୁ କରୋନାଭାଇରସ ଆସିଥିବା ଅନୁମାନ କରାଯାଉଛି । କିଛି ସମୟ ପରେ ଜଣାପଡିଲା କି ସାର୍ସ କରୋନା ଭାଇରସ-୨ର ଜିନୋମ ବାଦୁଡି ଠାରେ ଦେଖାଯାଉଥିବା କରୋନା ଭାଇରସ ସହ ମିଶେ । କିନ୍ତୁ ଏହା ୧୦୦ ପ୍ରତିଶତ ନୁହେଁ ।

କରୋନାର ଉପôତ୍ତି ହେବା ପରଠାରୁ ବାଦୁଡି ଓ ବଜ୍ରକାପ୍ତାରେ ନୂଆ ପ୍ରକାରର ଭାଇରସର ଚିହ୍ନଟ କରାଯାଇଛି । ଏହି ସମୟରେ ଜଣାପଡିଛି କି, ନୋଭେଲ କରୋନାଭାଇରସର ଜିନୋମ ୯୬ ପ୍ରତିଶତ କରୋନାଭାଇରସ ସହ ମିଶେ ଓ ଯାହା ବାଦୁଡିଙ୍କ ଠାରେ ମିଳେ । ଏଥିରୁ ଜଣାପଡୁଛି କି ବାଦୁଡି କରୋନାଭାଇରସର ଭଣ୍ଡାର ହୋଇପାରନ୍ତି । ଅର୍ଥାତ ବାଦୁଡି ଠାରେ ଏହି ଭାଇରସ ଲମ୍ବା ସମୟ ପର୍ଯ୍ୟନ୍ତ ସଞ୍ଚିତ ହୋଇ ରହେ । କିନ୍ତୁ ବର୍ତ୍ତମାନ ଯେଉଁ କରୋନାଭାଇରସ ଦ୍ୱାରା ସାରା ଦୁନିଆ ପୀଡିତ ଅଛି, ତାହାର ଜିନୋମ ବଜ୍ରକାପ୍ତାରେ ଠାରେ ଦେଖାଯାଉଥିବା କରୋନାଭାଇରସର ଜିନୋମ ସହ ୯୯ ପ୍ରତିଶତ ମିଶେ ।

ବିିଶେଷଜ୍ଞଙ୍କ କହିବାନୁସାରେ, ସାର୍ସ କରୋନାଭାଇରସ-୨, ବାଦୁଡି ଓ ବଜ୍ରକାପ୍ତା ଉଭୟଙ୍କ ଠାରେ ଦେଖାଯାଉଥିବା ଘାତକ ଭାଇରସ ସହ ମିଶି ତିଆରି ହୋଇଥିବା ଏକ ତୃତୀୟ ଭାଇରସ ହୋଇ ଥାଇପାରେ । ଏହି ଉଭୟ ଜୀବଙ୍କ ଠାରେ ଦେଖାଯାଉଥିବା ଭାଇରସ କୌଣସି ଅନ୍ୟ ଜନ୍ତୁକୁ ଏକକାଳୀନ ସଂକ୍ରମିତ କରି ତୃତୀୟ ଭାଇରସର ରୂପ ବିକସିତ କରିଥାଇପାରନ୍ତି ।

Leave A Reply

Your email address will not be published.