Latest Odisha News

BREAKING NEWS

କୋଭିଡ୍‌-୧୯ ପ୍ରଭାବ; ୱିମ୍ବଲଡନ୍ ୨୦୨୦ ବାତିଲ୍‌ !

ଲଣ୍ଡନ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ସର୍ବଶ୍ରେଷ୍ଠ ତଥା ପ୍ରତିଷ୍ଠିତ ଟେନିସ୍ ପ୍ରତିଯୋଗୀତାକୁ ୱିମ୍ବଲଡନ୍‌କୁ ବାତିଲ କରାଯାଇଛି । ଏଥିପାଇଁ କାରଣ ସାଜିଛି କରୋନା ମହାମାରୀ ।

ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ମହାମାରୀ । ବିଶ୍ୱର ଅନେକ କ୍ରୀଡା ପ୍ରତିଯୋଗୀତା ସ୍ଥଗିତ ରହିଥିଲାବେଳେ ବାତିଲ ହୋଇଛି ଟେନିସ୍ ପ୍ରତିଯୋଗୀତା ୱିମ୍ବଲଡନ୍ ।

ଲଣ୍ଡନର ଅଲ୍ ଇଂଲଣ୍ଡ କ୍ଲବରେ ଏହି ପ୍ରତିଯୋଗୀତା ୨୯ ଜୁନ୍ ରୁ ଆରମ୍ଭ ହୋଇ୧୨ ଜୁଲାଇ ୧୨ରେ ସରିଥାନ୍ତା । ୟୁରୋ କପ ଫୁଟବଲ୍ ଓ ଟୋକିଓ ଅଲିମ୍ପିକ୍ସ ୧୨ ମାସ ପାଇଁ ସ୍ଥଗିତ ରହିଥିଲାବେଳେ ଫ୍ରେଂଚ ଓପନ୍ ସେପ୍ଟେମ୍ବର ମାସକୁ ଘୁଂଚିଛି ।

ଏପରି ସ୍ଥିତିରେ ୱିମ୍ବଲଡନ୍ ବାତିଲ ହେବା ଖବରକୁ ରୋଜର୍ ଫେଡେରେର୍ ଓ ସେରିନା ୱିଲିଅମ୍ସଙ୍କ ଭଳି ଶ୍ରେଷ୍ଠ ଖେଳାଳୀ ଦୁଃଖଦାୟକ ବୋଲି କହିଛନ୍ତି ।

ପୂର୍ବରୁ ଅନେକ ନାମୀଦାମୀ ପ୍ରତିଯୋଗୀତା ସ୍ଥଗିତ କିମ୍ବା ବାତିଲ ହୋଇଥିଲାବେଳେ ୱିମ୍ବିଲଡନ୍ ବାତିଲ ହେବା ଖବର ଅନେକ କ୍ରୀଡାବିତ୍ ତଥା କ୍ରୀଡାପ୍ରେମୀଙ୍କୁ ଦୁଃଖିତ କରିଛି ।

Leave A Reply

Your email address will not be published.