Latest Odisha News

କୋଭିଡ-୧୯ ଲକଡାଉନ; ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ଭୁବନେଶ୍ୱରର ରାମ ମନ୍ଦିର

ଭୁବନେଶ୍ୱର: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ଯୋଗୁଁ ଗୁରୁବାର ଦିନ ରାମ ନବମୀ ଅବସରରେ ଭକ୍ତଙ୍କ ପାଇଁ ବନ୍ଦ ରହିଛି ସହରରେ ଥିବା ରାମ ମନ୍ଦିର ।

ଭକ୍ତଙ୍କ ଗହଳିକୁ ଏଡାଇବା ପାଇଁ ସେବାୟତମାନେ ମନ୍ଦିରର ସମସ୍ତ ଫାଟକ ବନ୍ଦ କରିଦେଇଥିଲେ । ଏପରିକି ମନ୍ଦିର ପରିସରରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ।

ଏଭଳି ପରିସ୍ଥିତିରେ ଆଜି ସକାଳେ କିଛି ଭକ୍ତ ମନ୍ଦିରପରିସରରେ ପହଞ୍ଚିବା ପରେ ଫାଟକ ବନ୍ଦ ଥିବା ଦେଖି ବାହାରେ ହିଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ।

Comments are closed.