Latest Odisha News

BREAKING NEWS

ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ କଡା ନିର୍ଦ୍ଦେଶ: ଲକ୍‌ଡାଉନ ନିୟମ ନ ମାନିଲେ ଗୁଳି କର

ମାନିଲା: କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଦେଶ ଏବେ ଲାଗି ପଡିଛନ୍ତି । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ କରାଯାଇଛି । ଫିଲିପାଇନ୍ସରେ ଏହି ନିୟମକୁ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ପାଇଁ ରାଷ୍ଟ୍ରପତି ରୋଡ୍ରିଗ୍ୟୁ ଦୁତେର୍ତ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁମାନେ ଏଥର ଲକଡାଉନ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କୁ ଗୁଳି କର ବୋଲି ସେ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ସ୍ୱାସ୍ଥକର୍ମୀ, ପୋଲିସ, ଡାକ୍ତରଙ୍କ ପ୍ରତି ଖରାପ ବ୍ୟବହାର ଦେଖାଇଲେ ଏହା ଗମ୍ଭୀର ଅପରାଧ ଭାବେ ଗଣନା କରାଯିବ ବୋଲି ସେ କହିଛନ୍ତି । ଫିଲପାଇନ୍ସରେ ୨୩୧୧ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୦୦ ପାଖାପାଖି ଲୋକେ ମୃତ୍ୟୁବରଣ କରିଛନ୍ତି । ୧୨ ମାର୍ଚ୍ଚରେ ରାଷ୍ଟ୍ରପତି ନିଜକୁ ଆଇସୋଲେଶନରେ ରଖିଥିଲେ ।

Leave A Reply

Your email address will not be published.