Latest Odisha News

BREAKING NEWS

ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ଗୋଡ ତଳେ ପଡି କ୍ଷମା ମାଗିବି: ରାହତ ଇନ୍ଦୋର

ଇନ୍ଦୋର:ଟାଟପଟ୍ଟୀ ବାଖଲରେ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ଉପରେ ପଥରମାଡ ନେଇ ସାରା ଦେଶ ଦୁଃଖ ପ୍ରକାଶ କରିଛି । ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋର ମଧ୍ୟ ଏହି ଘଟଣା ନେଇ ମୁଣ୍ଡ ତଳକୁ ହେଇଯାଇଛି ବୋଲି କହିଛନ୍ତି । ସେ କହିଛନ୍ତି, କେଉଁ ସ୍ଥାନରେ ଏହି ଘଟଣା ଘଟିଲା ଏବଂ କାହାର ଘର । ଡାକ୍ତରଙ୍କ ଉପରକୁ ଟେକାମାଡ କରିବା ଏବଂ ଛେପ ପକାଇବା ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ।

ମୁଁ ତାଙ୍କ ଗୋଡତଳେ ପଡି ଆମ ଜାତି ପାଇଁ କ୍ଷମା ମାଗିବି । ଡାକ୍ତର ଆମ ପାଇଁ ଭଗବାନ ସଦୃଶ । ତାଙ୍କୁ ସହଯୋଗ କର ବୋଲି ସେ ଯୁବ ପିଢ଼ୀଙ୍କୁ ଅନୁରୋଧ କରିଛନ୍ତି । ଇନ୍ଦୋର ଏବଂ ଏହାର ବାସିନ୍ଦା ତୁମକୁ ନ ହେଲେ କ୍ଷମା ଦେଇପାରିବେ ନାହିଁ ।

Comments are closed.