ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ରାଜ୍ୟ ବିଧାନସଭାର ଜୋନାଲ ଡିସପେନସାରୀ ମେଡିକାଲ ଅଧିକାରୀ ଲଳିତ ବେହେରାଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଛନ୍ତି।
ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବେହେରା ଜଣେ ୬୦ ବର୍ଷ ବୟସ୍କ କରୋନା ସଦିଗ୍ଧଙ୍କ ଚିକିତ୍ସା ବିଷୟରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିନଥିଲେ । ପରବର୍ତ୍ତୀ ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ବାହାରିଥିଲା ।
ଯାହାଫଳରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୨୭ ତାରିଖରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ।
Comments are closed.