Latest Odisha News

BREAKING NEWS

ଏପ୍ରିଲ ୨୧ ଯାଏଁ ବଢିଲା ଗାଡି ଓ ସ୍ୱାସ୍ଥ୍ୟବୀମାର ବୈଧତା

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ୍ ଜାରି ରହିଥିବା ବେଳେ ଗାଡି ଓ ସ୍ୱାସ୍ଥ୍ୟବୀମାର ନବୀକରଣ କରିବା ଲାଗି ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗାଡି ଏବଂ ସ୍ୱାସ୍ଥ୍ୟ ବୀମା ପଲିସିର ବୈଧତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ୨୦୨୦ ମସିହା ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୫ ମଧ୍ୟରେ ଯେଉଁ ବ୍ୟକ୍ତିଙ୍କର ଗାଡି ତଥା ସ୍ୱାସ୍ଥ୍ୟ ବୀମାର ମିଆଦ ପୂର୍ଣ୍ଣ(ଏକ୍ସପାଏରୀ) ହେଉଛି, ବର୍ତ୍ତମାନ ସମୟରେ ସେସବୁର ବୈଧତା ଆସନ୍ତା ଏପ୍ରିଲ ୨୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି ।

ଏହାର ସୁବିଧା ପଲିସିଧାରୀମାନେ ମଧ୍ୟ ପାଇବେ ବୋଲି ଜଣାପଡିଛି ।

Comments are closed.