ଭୁବନେଶ୍ୱର: କଟକରୁ ଷଷ୍ଠ କରୋନା ରୋଗୀ ପଜିଟିଭ ଚିହ୍ନଟ ପରେ ସହରକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜି ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଏହା ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।
କରୋନା ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ପରିଚୟ ଖୋଜା ଚାଲିଛି । ଖୁବ୍ ଶୀଘ୍ର ତାଙ୍କ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଟ୍ୱିଟରେ ଉଲ୍ଲେଖ ହୋଇଛି ।
ଷଷ୍ଠ କରୋନା ପଜିଟିଭ ନିକଟରେ ଦିଲ୍ଲୀରୁ ଆସିଥିବା ଜଣାପଡିଛି । ସେ ନିଜାମୁଦ୍ଦିନଠାରେ ଆୟୋଜିତ ସମାବେଶକୁ ଯାଇଥିବା ସନ୍ଦେହ କରାଯାଉଛି ।
ଏଥି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଓ ଭଦ୍ରକ ସହରକୁ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ସମ୍ପୂର୍ଣ୍ଣ ସଟ୍ଡାଉନ ଘୋଷଣା କରାଯାଇଛି ।
Comments are closed.