ନୂଆଦିଲ୍ଲୀ: ସୋମାବର ବିଜେପି ୪୦ ବର୍ଷରେ ପାଦ ଦେଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ବିରୋଧରେ ଦୀର୍ଘ ଦିନ ଲଢ଼େଇ ଚାଲିବ। ତେଣୁ, ଲୋକେ କ୍ଳାନ୍ତ ହୁଅନ୍ତୁ ନାହିଁ କି, ପରାସ୍ତ ହୁଅନ୍ତୁ ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ କହିଛନ୍ତି । ଏ ଲମ୍ବା ଲଢ଼େଇ । ଏଥିରେ ଆମେ ଜିତିବା ହାରିବା ନାହିଁ ବୋଲି ମୋଦି କହିଛନ୍ତି । ଏଥିସହ ସେ ଦଳର ସମସ୍ତ ସଦସ୍ୟଙ୍କୁ କରୋନା ଲଢ଼େଇରେ ସାମିଳ ହେବାକୁ ଆହ୍ୱାନ କରିଛନ୍ତି ।
ଦେଶରେ କରୋନା ଆତଙ୍କ ଖେଳାଇଛି । ଏଭଳି ଜଟିଳ ସମୟରେ ବିଜେପିର ସମସ୍ତ ସଦସ୍ୟ ମିଳିତ ଭାବେ ଲୋକଙ୍କ ସହାୟତା କରିବାକୁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି। ଏହାଛଡ଼ା ଅସୁବିଧାରେ ଥିବା ବ୍ୟକ୍ତିବିଶେଷଙ୍କୁ ସହାୟତା କରିବାକୁ ମଧ୍ୟ ସେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସଙ୍କଟମୟ ପରିସ୍ଥିତିରେ ଯେମିତି କେହି ଭୋକିଲା ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସେ ତାଙ୍କୁ କହିଛନ୍ତି । ଏଥିସହ ଦଳର ସଦସ୍ୟମାନେ ମୂଳ ଲକ୍ଷ୍ୟକୁ ନ ଭୁଲି ଜନସାଧାରଣଙ୍କ ସେବା ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ମୋଦି କହିଛନ୍ତି ।
BREAKING NEWS
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
Comments are closed.