Latest Odisha News

BREAKING NEWS

ସମ୍‌ରେ ଆରମ୍ଭ ହେଲା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଭୁବନେଶ୍ୱର: ରାଜଧାନୀରେ ସମ୍‌ରେ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲର ଆଜି ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରହଲ୍ଲାଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ହସ୍ପିଟାଲଟି ୫୦୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ୨୦ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି । ଏମସିଏଲ ସହଯୋଗରେ ସମ୍ ହସ୍ପିଟାଲ ପକ୍ଷରୁ ଏହି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି ।

ଏହା ପୂର୍ବରୁ କିମ୍ସରେ ୫୦୦ ଶଯ୍ୟା, କଟକ ଅଶ୍ୱିନୀ ହସ୍ପିଟାଲରେ ୧୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଉଦଘାଟିତ ହୋଇସାରିଛି । ଏହା ବ୍ୟତୀତ ଜିଲ୍ଲା ସ୍ତରରେ ସୁନ୍ଦରଗଡରେ ୨୦୦ ଟି ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି ।
ସୂଚନା ଯୋଗ୍ୟ ଯେ, ରାଜ୍ୟରେ ମୋଟ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୩୯ ଛୁଇଁଛି ।

Leave A Reply

Your email address will not be published.